Categories: ଜାତୀୟ

ଶିବସେନା ପାଇଁ ବୁମେରାଂ ସାଜିଲା ୫୦-୫୦ ଫର୍ମୂଲା

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ଭାଜପା ସହିତ ମିଶି ସରକାର ଗଠନ ପାଇଁ ଶିବସେନା ପକ୍ଷରୁ ୫୦-୫୦ ଫର୍ମୂଲା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏବେ ଏହା ଶିବସେନା ଲାଗି ବୁମେରାଂ ସାଜିଛି। ଏନ୍‌ସିପି ସହିତ ମେଣ୍ଟ ସରକାର ଯୋଜନା କରୁଥିବ ଶିବସେନା ଏବେ ହତାଶ୍‌ ହୋଇଛି। ଏନ୍‌ସିପି ପକ୍ଷରୁ ଶିବସେନା ସମ୍ମୁଖରେ ୫୦-୫୦ ଫର୍ମୂଲା ଉପସ୍ଥାପନ କରିଛି। ଏନ୍‌ସିପି ପ୍ରମୁଖ ଶରଦ ପାଓ୍ବାର ଏଭଳି ମେଣ୍ଟସରକାର ଚାହୁଁଥିବା କୁହାଯାଉଛି। ପାଓ୍ବାର ଅଢ଼େଇ-ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଚିନ୍ତା କରୁଛନ୍ତି। ଫଳରେ ଏବେ ଶିବସେନା ହରଡ଼ଘଣାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ୫୦-୫୦ ଫର୍ମୂଲା ଯୋଗୁ ଶିବସେନା ଭାଜପା ସହିତ ୩୦ ବର୍ଷର ବନ୍ଧୁତା ଭାଙ୍ଗିଥିଲା।

 

Share