Categories: ଜାତୀୟ

ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକ: ସଞ୍ଜୟ ରାଉତ

ମୁମ୍ବାଇ,୩।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଶିବସେନା ପାଖରେ ୧୭୦ରୁ ଅଧିକ ବିଧାୟକ ଥିବା ସଞ୍ଜୟ ରାଉତ କହିଛନ୍ତି। ରାଜ୍ୟରେ ଶିବସେନାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଗଠନ କରାଯିବ ବୋଲି ସଞ୍ଜୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶିବସେନା ପାଖରେ ୫୬ ବିଧାୟକ ରହିଛନ୍ତି। ତେବେ କଂଗ୍ରେସ, ଏନ୍‌ସିପି ଏବଂ ଅନ୍ୟ ଛୋଟ ଛୋଟ ଦଳଙ୍କ ସହିତ ମିଶି ଶିବସେନା ସରକାର ଗଠନ କରିବାର ଆଶା ଥିବା ସଞ୍ଜୟ କହିଛନ୍ତି। ସୂଚନାଯୋଗ୍ୟ, ଏନସିପି ପାଖରେ ୫୪ ବିଧାୟକ ଥିବାବେଳେ କଂଗ୍ରେସ ପାଖରେ ୪୪ ବିଧାୟକ ରହିଛନ୍ତି।

Share