Categories: ଜାତୀୟ

ଶିବସେନା ସହ ସରକାର ଗଠନକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ନୂଆଦିଲ୍ଲୀ,୨୧।୧୧: କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି)ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ ମହାରାଷ୍ଟ୍ରରେ ଶିବସେନା ସହ ସରକାର ଗଠନକୁ ନେଇ ଆଲୋଚନା ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶିବସେନା ସହ ସରକାର ଗଠନକୁ ନେଇ କଂଗ୍ରେସ ଗ୍ରୀନ୍‌ ସିଗ୍‌ନାଲ ଦେଇଛି। ତେବେ ମହାରାଷ୍ଟ୍ର ପ୍ରଭାରୀ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ସିଡବ୍ଲୁସି ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଆଲୋଚନା ହୋଇଛି। କିନ୍ତୁ ଶିବସେନା, ଏନ୍‌ସିପି ଓ କଂଗ୍ରେସର ମଧ୍ୟରେ ହେବାକୁ ଥିବା ବୈଠକ ପରେ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

Share