Categories: ଜାତୀୟ

ଶିବାଜୀ ପାର୍କ ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କଲେ ହାଇକୋର୍ଟ

ମୁମ୍ବାଇ,୨୮ା୧୧(ପି.ଟି.): ଉଦ୍ଧବ ଠାକ୍‌ରେ ଶପଥ ନେବାକୁ ଯାଉଥିବା ଶିବାଜୀ ପାର୍କର ସୁରକ୍ଷାକୁ ନେଇ ବୁଧବାର ବମ୍ବେ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ସର୍ବସାଧାରଣ ପଡ଼ିଆରେ ଏପରି ଏକ କାର୍ଯ୍ୟକ୍ରମ ନିୟମିତ ସୁବିଧା ହେବା ଅନୁଚିତ। କାରଣ ଏହି ପଡ଼ିଆକୁ ଏପରି ଉତ୍ସବ ପାଇଁ ସମସ୍ତେ ବ୍ୟବହାର କରିବାକୁ ଚାହିଁବେ ବୋଲି ଏନ୍‌ଜିଓ ଓ୍ବେଲ୍‌କମ ଟ୍ରଷ୍ଟ ପକ୍ଷରୁ ଦାଏର ଏକ ପିଟିଶନର ଶୁଣାଣୀ କରି ଜଷ୍ଟିସ୍‌ ଏସ୍‌.ସି. ଧର୍ମାଧିକାରୀ ଏବଂ ଆର୍‌.ଆଇ. ଚଗଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

Share