Categories: ଜାତୀୟ

ଶିବାଜୀ ସ୍ମାରକରେ ୧୩ ଶହ କୋଟି ଦୁର୍ନୀତି: କଂଗ୍ରେସ-ଏନ୍‌ସିପି କଲେ ଅଭିଯୋଗ

ମୁମ୍ବାଇ,୨୫।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏବଂ ଏନ୍‌ସିପି ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ କରାଯାଇଛି। ଆରବ ସାଗରରେ ମୁମ୍ବାଇ ସମୁଦ୍ର କୂଳରେ ନିର୍ମିତ ହୋଇଥିବା ଶିବାଜୀ ସ୍ମାରକରେ ୧୩ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଂଗ୍ରେସ-ଏନ୍‌ସିପି ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ ଟେଣ୍ଡର ଦୁର୍ନୀତି ହୋଇଥିବା କଂଗ୍ରେସ-ଏନ୍‌ସିପି
କହିଛନ୍ତି। ୨୦୧୭ରେ ଟେଣ୍ଡର ଖୋଲା ଯାଇଥିଲା। ଏଲ୍‌ ଆଣ୍ଡ ଟି ପକ୍ଷରୁ ଏନେଇ ୩,୨୨୬ କୋଟି ଟଙ୍କାର ଠିକା ପ୍ରସ୍ତାବ ଦିଆଯାଇଥିଲା। ଏହି ସ୍ମାରକର ଉଚ୍ଚତା ୧୨୧.୨ ମିଟର, ସେଥି ମଧ୍ୟରେ ଶିବାଜୀଙ୍କ ମୂର୍ତ୍ତିର ଉଚ୍ଚତା ୮୩.୨ ମିଟର ଏବଂ ୩୭ ମିଟର ଖଣ୍ଡା ରହିଛି। ଏଲ୍‌ ଆଣ୍ଡ ଟି ସହିତ ଆଲୋଚନା ପରେ ସରକାର ଟେଣ୍ଡର ମୂଲ୍ୟ ୨୫ ଶହ କୋଟି କରିଥିଲେ। ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିଥିଲେ। ଏହି ଘଟଣାର ନ୍ୟାୟିକ ଯାଞ୍ଚ୍‌ ପାଇଁ କଂଗ୍ରେସ-ଏନ୍‌ସିପି ପକ୍ଷରୁ ଦାବି କରାଯାଇଛି।

Share