Categories: ଖେଳ

ଶିମରୋନ ହିଟ୍‌ମେୟରଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ

ଚେନ୍ନାଇ,୧୫।୧୨: ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଶିମରୋନ ହିଟ୍‌ମେୟର ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ ରହିଛି। ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓ୍ବେଷ୍ଟଇଣ୍ଡିଜ୍‌ ୩୩ ଓଭରରେ ୧ ଉଇକେଟ ହରାଇ ୧୭୮ ରନ୍‌ ସଂଗ୍ରହ କରିଛି। ସାଇ ହୋପ ୫୮ ଏବଂ ଶିମରୋନ ହିଟ୍‌ମେୟର ୧୦୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ସୁନୀଲ ଅମ୍ବରୀଶ ମାତ୍ର ୧ ରନ୍‌ କରି ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଆଉଟ୍‌ ହୋଇଛନ୍ତି। ଏମ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜ କ୍ୟାପଟେନ କାଇରନ ପୋଲାର୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୮୭ ରନ କରିଛି। ଭାରତର ତିନି ଟପ ଅର୍ଡର ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା, ଲୋକେଶ ରାହୁଲ ଓ କ୍ୟାପଟେନ ବିରାଟ କୋହଲି ଫେଲ ମାରିଥିବା ବେଳେ ମଧ୍ୟକ୍ରମରେ ଶ୍ରେୟସ ଆୟର୍‌ ଓ ଋଷଭ ପନ୍ତ ଅର୍ଦ୍ଧଶତକ ମାରିଥିଲେ। ଏହାଛଡା କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ନିଜ ନିଜର ଦାୟିତ୍ୱକୁ ସୂଚାରୁରୂପେ ତୁଲାଇ ଭାରତକୁ ୩୦୦ ରନରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୭୧(୬୯ ବଲ, ୭ ଚୌକା, ୧ ଛକା) ଓ ଆୟର୍‌ ୭୦ (୮୮ ବଲ, ୫ ଚୌକା, ୧ ଛକା) ରନର ଇନିଂସ ଖେଳିଛନ୍ତି।

Share