ଶିମିଳିପାଳରେ ପୋଷା ହାତୀ ବବ୍‌ଲୁର ଉତ୍ପାତ

ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍‌ଲୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା କେବେ ଘଟିଛି ତାହା ଜଣା ପଡ଼ି ନାହିଁ। ଏନେଇ ବିଭାଗୀୟ ଅଧିକାରୀମାନେ ମୁଁହ ଖୋଲୁ ନ ଥିବାରୁ କିଛି ତଥ୍ୟ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଲୁଲୁଙ୍ଗକୁ ପ୍ରତିଦିନ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି। ଭାଇରାଲ ଭିଡିଓରେ ପୋଷା ହାତୀ ବବ୍‌ଲୁ ଏଠାକୁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରିବାକୁ ଗୋଡାଇବା ଓ ସେମାନେ ପ୍ରାଣ ବିକଳରେ ଦୌଡୁଥିବା ଦେଖିବାକୁ ମିଳିଛି। ତେବେ ବବ୍‌ଲୁର ଗୋଡ଼ରେ ଲୁହା ଶିକୁଳି ବନ୍ଧା ହୋଇଥିବାରୁ ସେ କାହାର କିଛି କ୍ଷତି କରି ନ ଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି।

Share