Categories: ଜାତୀୟ

ଶିରିଡି ବନ୍ଦ: ସୋମବାର ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୧୯।୧: ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବୟାନକୁ ବିରୋଧ କରି ରବିବାର ଶିରିଡି ବନ୍ଦ ପାଳନ କରାଯାଇଥିଲା। ଶିରିଡି ରାସ୍ତାରେ ନା ଚାଲିଥିବା ଗାଡି ମଟର ନା ଖୋଲା ଥିଲା ଦୋକାନ ବଜାର। ବନ୍ଦ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା ଖବର ଆସିଛି। ଏବେ ଏହାକୁ ନେଇ ଉଦ୍ଧବ ଠାକରେ ୟୁଟର୍ଣ୍ଣ ନେଇଥିବା ଜଣାପଡିଛି। ବନ୍ଦ ପାଳନକୁ ଦେଖି ଠାକରେ ଆସନ୍ତା କାଲି ଅର୍ଥାତ୍‌ ସୋମବାର ଏକ ବୈଠକ ଡାକିଛନ୍ତି। ସୂଚନାଯୋଗ୍ୟ, ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ନୁହେଁ ବରଂ ପାଥ୍ରୀ ବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ ଠାକରେ। ଏହାସହ ପାଥ୍ରୀର ବିକାଶ ପାଇଁ ଶହେକୋଟି ଟଙ୍କା ମଧ୍ୟ ସେ ମଞ୍ଜୁର କରିଥିଲେ। ପରେ ଠାକରେଙ୍କ ଏହି ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଶ୍ରଦ୍ଧାଳୁ। ଏହାକୁ ନେଇ ରବିବାର ଶିରିଡି ବନ୍ଦଥିବା ବେଳେ ଭକ୍ତମାନେ କିନ୍ତୁ ବାବାଙ୍କ ଦର୍ଶନ କରିବାରେ କୌଣସି ସମସ୍ୟା ଉପୁଜି ନାହିଁ। ମନ୍ଦିର ଖୋଲା ରହିବା ସହ ପ୍ରସାଦାୟଳ ମଧ୍ୟ ଖୋଲା ରଖାଯାଇଛି।

Share