ଓ୍ବାଶିଂଟନ,୨ା୯(ପି.ଟି.): ଭାରତୀୟ ବଂଶୋଦ୍ଭବ ଆଟର୍ନି ଶିରୀନ୍ ମାଥ୍ୟୁସ୍ ଆମେରିକାର ଏକ ଜିଲା କୋର୍ଟ ବିଚାରପତି ହେବାକୁ ଯାଉଛନ୍ତି। କାଲିଫର୍ନିଆ ସଦର୍ନ ଜିଲା କୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ମନୋନୀତ କରିଛନ୍ତି। ସଦର୍ନ ଜିଲାରେ ସଂଘୀୟ ବିଚାରପତି ହେବାରେ ସେ ହେବେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ପ୍ରଥମ ମହିଳା ଏବଂ ପ୍ରଥମ ଭାରତୀୟ ବଂଶୋଦ୍ଭବ। ଆର୍ଟିକିଲ ୩ ବିଚାରପତିମାନଙ୍କୁ ଜୀବନବ୍ୟାପୀ ନିଯୁକ୍ତି ମିଳିଥାଏ। କେବଳ ପ୍ରତିନିଧି ସଭାରେ ମହାଭିଯୋଗ ଆସିଲେ ଏବଂ ସିନେଟରେ ଦୋଷୀସାବ୍ୟସ୍ତ ହେଲେ ତାଙ୍କୁ ବହିଷ୍କାର କରାଯାଇପାରିବ। ମାଥ୍ୟୁସ୍ ଏବେ ଆମେରିକାର ପଞ୍ଚମ ବୃହତ ଆଇନ ଫାର୍ମ ‘ଜୋନ୍ସ ଡେ’ର ଅଂଶୀଦାର ଅଛନ୍ତି।