ଆବଶ୍ୟକ ସାମଗ୍ରୀ :
ସିମେଇ- ୫୦ ଗ୍ରାମ
ଚିନି- ୨୫ ଗ୍ରାମ
କ୍ଷୀର- ୧ ଲିଟର
ଘିଅ- ୫୦ ଗ୍ରାମ
ମିଲ୍କ ମେଡ୍- ୧ କପ୍
କାଜୁ, କିସ୍ ମିସ୍- ୩୦ ଗ୍ରାମ
ଆଲମଣ୍ଡ- ୧୫ ପିସ୍
ପିସ୍ତା- ୧୫ ପିସ୍
ଖଜୁରି କୋଳି- ୪ ପିସ୍
କେଶର- ୧/୨ ଚାମଚ
କେଓଡ଼ା ଜଳ- ୧ଚାମଚ
ଗୁଜରାତି ୫ଟା
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଏକ ପ୍ୟାନ୍ରେ ୨ ଚାମଚ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ସବୁ ଡ୍ରାଏ ଫୁଡ୍ସକୁ କାଟି ସେଥିରେ ପକାଇ ଭାଜନ୍ତୁ। ଡ୍ରାଏ ଫୁଡ୍ସ ହାଲକା ବ୍ରାଉନ ରଙ୍ଗର ହୋଇଗଲେ ତାକୁ ଅନ୍ୟ ଏକ ପାତ୍ରରେ ବାହାର କରି ରଖନ୍ତୁ। ଏବେ ସେହି ପ୍ୟାନ୍ରେ ପୁଣି ଘିଅ ପକାଇ ଗୁଜରାତି ଏବଂ ସିମେଇକୁ ଭାଜି ବାହାର କରି ଅଲଗା ରଖନ୍ତୁ। ଅନ୍ୟ ଏକ ପାତ୍ରରେ କ୍ଷୀର ଗରମ କରି ସେଥିରେ ଚିନି, ଭଜାଯାଇଥିବା ସବୁ ଡ୍ରାଏ ଫୁଡ୍ସ, ସିମେଇ ଓ କେଶରକୁ ପକାନ୍ତୁ। ୨ ମିନିଟ୍ ମିକ୍ସ କରିବା ପରେ ସେଥିରେ ମିଲ୍କ ମେଡ୍ ଓ ଖଜୁରୀ କୋଳିକୁ କାଟି ପକାନ୍ତୁ। ଏବେ ଅଳ୍ପ ନିଅଁାରେ ୧୫ ମିନିଟ୍ ପର୍ଯ୍ୟନ୍ତ ଚାମଚରେ ହାଲୁକା ହାଲୁକା ଘାଣ୍ଟନ୍ତୁ। ସିମେଇ ସିଝି କ୍ଷୀର ବହଳିଆ ହୋଇଗଲେ ସେଥିରେ କେଓଡା ଜଳ ପକାଇ ୨ ମିନିଟ୍ ପରେ ଓହ୍ଲାଇ ଦିଅନ୍ତୁ। ତାକୁ ଏକ ପାତ୍ରରେ ବାହାର କରି ସେଥିରେ କିଛି ଡ୍ରାଏ ଫୁଡ୍ସ ପକାଇବା ସହ ଗୋଲାପ ପାଖୁଡ଼ାରେ ସଜାଇ ପରଷନ୍ତୁ।