ବଲିଉଡର ଫିଟ୍ନେସ୍ କୁଇନ୍ ଶିଳ୍ପା ସେଟ୍ଟୀ ଫିଲ୍ମ ଦୂନିଆରୁ ଦୂରେଇ ଅଛନ୍ତି ସତ, ହେଲେ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ ପ୍ରତିଦିନର ଅପଡେଟ ସୋସିଆଲ ମିଡିଆରେ ଦିଅନ୍ତି। ଅଭିନେତ୍ରୀ ଶିଳ୍ପା ଏବେ ଫିଲ୍ମ ଛାଡ଼ି ଟିଭି ଶୋରେ କାମ କରୁଛନ୍ତି। ଏବେ ଅନେକ ଦିନ ପରେ ସେ ଫିଲ୍ମରେ କମ୍ବ୍ୟାକ କରିବେ। ଅପକମିଂ ଫିଲ୍ମ ହଙ୍ଗାମାର ସିକ୍ୱେଲରେ ଶିଳ୍ପା ଅଭିନୟ କରିବେ। ଶିଳ୍ପା ସେଟ୍ଟୀ ୨୦୦୯ରେ ଜଣାଶୁଣା ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ତାଙ୍କର ବର୍ତ୍ତମାନ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। କିନ୍ତୁ ଜାଣିଛନ୍ତି କି, ଶିଳ୍ପାଙ୍କୁ ନିର୍ବନ୍ଧ ସମୟରେ ରାଜ୍ କେତେ ଟଙ୍କାର ଆଙ୍ଗୁଠି ଦେଇଥିଲେ। ରାଜ୍ ଏକ କ୍ଲାସିକ୍ ଡିଜାଇନର ୨୦ କ୍ୟାରେଟର ହୀରା ମୁଦି ଶିଳ୍ପାଙ୍କୁ ଉପହାରରେ ଦେଇଥିଲେ। ଯାହାର ମୂଲ୍ୟ ପାଖାପାଖି ସାଢେ ତିନି କୋଟି ହେବ। ଏହି ମୁଦିଟି ରାଜ ଲଣ୍ଡନରୁ କିଣିଥିଲେ। ସେହିପରି ଶିଳ୍ପା ବିବାହ ଦିନ ପିନ୍ଧିଥିବା ଶାଢିର ମୂଲ୍ୟ ୫୦ ଲକ୍ଷ ଥିଲା ବୋଲି ଜଣାପଡିଛି।