ଶିଳ୍ପା-ଅକ୍ଷୟଙ୍କ ଗୀତ ବିନା ଶୋଉ ନ ଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨ ଆସନ୍ତା ୧୦ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ ଫିଲ୍ମର ଯୋରଦାର ପ୍ରମୋଶନ ଚାଲିଛି। ନିକଟରେ ଟାଇଗରଙ୍କ ପିତା ଜ୍ୟାକି ଶ୍ରଫ୍‌ କପିଲ ଶର୍ମା ଶୋ’କୁ ଆସିଥିବା ବେଳେ ଟାଇଗରଙ୍କ ପିଲାଦିନର କିଛି କଥା ଦର୍ଶକଙ୍କ ସହ ଶେୟାର କରିଛନ୍ତି। ଜ୍ୟାକି କହିଛନ୍ତି ଟାଇଗର ଯେତେବେଳେ ପିଲା ଥିଲେ ସେତେବେଳେ ସେ ଶିଳ୍ପା ସେଟ୍ଟି ଓ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମେଁ ଖିଲାଡି ତୁ ଅନାଡି’ର ଗୀତ ‘ଚୁରାକେ ଦିଲ୍‌ ତେରା’ ନ ଶୁଣିଲେ ଶୋଉ ନ ଥିଲେ। କାରଣ ଶିଳ୍ପା-ଅକ୍ଷୟ ବୋଧହୁଏ ଟାଇଗରଙ୍କ ଭାରି ପସନ୍ଦ ଥିଲେ। ପିଲାବେଳେ ତାହା ଏକ ଲୋରି ଥିବା ବେଳେ ଏବେ କିନ୍ତୁ ବଡ ହେବା ପରେ ସେ କେଉଁ ଗୀତ ଶୁଣଇଛନ୍ତି ବୋଲି କପିଲ ଜ୍ୟାକିଙ୍କୁ ପ୍ରଶ୍ନ କରିଥିଲେ। ଜ୍ୟାକି କିନ୍ତୁ ଏହାକୁ ଏଡାଇ ଯାଇ କହିଥିଲେ କି ଏବେ ଟାଇଗର ଜିମ୍‌ରୁ ଫେରିବା ପରେ ଥକି ପଡିଥିବାରୁ ଗୀତ ଶୁଣିବାକୁ ସମୟ ମିଳୁନି। ସେ ଯାହା ହେଉ ନିକଟରେ ଟାଇଗରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ସେ ଏହାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଆଉ ଏଥିରେ ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ ଡେବ୍ୟୁ କରୁଥିବା ବେଳେ ଫିଲ୍ମକୁ ନେଇ ୟଙ୍ଗଷ୍ଟରଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି।

Share