Categories: ବାଣିଜ୍ୟ

ଶିଳ୍ପ ସଂଘ ଫିକିର ଦାବି;ଆୟକର ସ୍ଲାବରେ ସଂଶୋଧନ ହେଉ

ନୂଆଦିଲ୍ଲୀ,୧୫-୧୨: ୨୦୨୦-୨୧ ଆର୍ଥତ୍କ ବର୍ଷର ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଆସିପାରେ। ଏହି ସମୟରେ ୩୧ ଜାନୁୟାରୀରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଫେବୃୟାରୀ ପହିଲା ଶନିବାର ପଡୁଛି। ୨୦୧୫-୧୬ପରେ ଶନିବାରରେ ପ୍ରଥମ ଥର ଲାଗି ସାଧାରଣ ବଜେଟ ଉପସ୍ଥାପନ ହେବ। ଆଗାମି ବଜେଟରେ ଆୟକର ସ୍ଲାବରେ ସଂଶୋଧନ ନେଇ ଶିଳ୍ପ ସଂଘ ଫିକି ପକ୍ଷରୁ ସରକାରଙ୍କୁ ଦାବି କରାଯାଇଛି। ଆୟକର ହାରରେ ହ୍ରାସ ହେଉ ବୋଲି ଏହି ଶିଳ୍ପ ସଂଘ ଦାବିରେ କହିଛି। ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ କ୍ଷେତ୍ରରେ ୩୦% ଟିକସ ଲାଗୁ ହେଉ ବୋଲି ଏହା ମତ ରଖିଛି। ରପ୍ତାନି ଏବଂ ନିଯୁକ୍ତି ବୃଦ୍ଧି ଦିଗରେ ସରକାର ପଦକ୍ଷେପ ନେବା ସହ ବ୍ୟବସାୟ ଖର୍ଚ୍ଚ କମାଇବା, ସଂସ୍କାର ଧାରା ଜାରି ଏବଂ ବିକାଶ ହାରକୁ ବଢାଇବା ଜରୁରୀ ବୋଲି ଏହି ଶିଳ୍ପ ସଂଘ ମତ ରଖିଛି। ଫେବୃୟାରୀରେ ବଜେଟ ମୋଦି ସରକାରଙ୍କ ସମୟରେ ଆରମ୍ଭ ହୋଇଛି।୨୦୧୬ରେ ସାଧାରଣ ବଜେଟ ସହ ରେଳ ବଜେଟକୁ ମିଶ୍ରଣ କରାଯାଇଛି।

Share