ଶିଶୁକନ୍ୟାକୁ ଜନ୍ମ ଦେଇ ମା’ ମୃତ

ସଜନାଗଡ଼, ୨୪।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ନରଣପୁର ପଞ୍ଚାୟତର ବିଜିରାସାହି ଗ୍ରାମର ସୁନି ମାଝି(୪୫) ନାମ୍ନୀ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେବାପରେ ମୃତ୍ୟୁବରଣ କରିଛନ୍ତି। ସୁନି ବାପଘରେ ରହି ଆସୁଥିଲେ। ଶୁକ୍ରବାର ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଘରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ପରେ ଅତ୍ୟଧିକ ରକ୍ତସ୍ରାବ ହେବା ସହ ବନ୍ଦ ହୋଇ ନ ଥିଲା। ଶନିବାର ପୂର୍ବାହ୍ନରେ ୧୦ଟା ବେଳେ ତାଙ୍କୁ ପରିବାର ଲୋକେ ୧୦୮ ଯୋଗେ ନୀଳଗିରି ମେଡ଼ିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ବରହମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Share