ଶିଶୁକନ୍ୟାଙ୍କୁ ବଳାତ୍କାର ଅଭିଯୋଗ

ବଲାଙ୍ଗୀର ଅଫିସ, ୨୦ା୪ : ବଲାଙ୍ଗୀର ସଦର ଥାନା ଅଞ୍ଚଳର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଟି ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ପଡ଼ୋଶୀ ଘରର ଜଣେ ୧୪ ବର୍ଷର ନାବାଳକ ସେଠାକୁ ଆସି  ଶିଶୁକନ୍ୟାକୁ ନିଜ ପାଇଖାନାକୁ ନେଇଯାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଶିଶୁକନ୍ୟାଙ୍କୁ ବଳାତ୍କାର କରିଥିବା ଜାଣିବା ପରେ ପରିବାର ଲୋକେ ଶିଶୁକନ୍ୟାକୁ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ ଲାଇନ ସଦସ୍ୟମାନେ ଓ ସଦରଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।