ଶିଶୁକନ୍ୟାଙ୍କୁ ବଳାତ୍କାର କରି ବୃଦ୍ଧ ଗିରଫ

ଦଶରଥପୁର,୧୯।୯ (ଡିଏନ୍‌ଏ): ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ କୁଆଁରପୁର ଗ୍ରାମର ୫ ବର୍ଷର ଶିଶୁକନ୍ୟାକୁ ଜଣେ ବୃଦ୍ଧ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ବିଜୟ ପାଢ଼ୀ(୬୫)। ଶିଶୁକନ୍ୟା ଜଣକ ସାଙ୍ଗମାନଙ୍କ ସହିତ ଖେଳୁଥିଲେ। ଏହି ସମୟରେ ଉକ୍ତ ଗ୍ରାମର ବିଜୟ ତାଙ୍କୁ ଚକୋଲେଟ୍‌ ଦେବାକୁ କହି ନିଜ ଘରକୁ ଡାକିନେଇ ସେଠାରେ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ମା’ ବୁଧବାର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ବୃଦ୍ଧଙ୍କୁ ଗିରଫ କରି ଥାନାକୁ ଆଣି ଏକ ମାମଲା(ନଂ. ୨୫୪/୧୯) ରୁଜୁ କରିଥିବାବେଳେ ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଅସିତ୍‌ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Share