Advertisement

ଶିଶୁକନ୍ୟା ବଳାତ୍କାର ଅଭିଯୋଗ: ବୃଦ୍ଧଙ୍କୁ ଜେଲ

ଖଣ୍ଡପଡ଼ା,୨୧ା୯(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା କଣ୍ଟିଲୋ ଫାଣ୍ଡି ଅଞ୍ଚଳର ଏକ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖଣ୍ଡପଡ଼ା ସବ୍‌ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ହେଲେ କଣ୍ଟିଲୋ ଅଞ୍ଚଳର ଉଦ୍ଧବ ସେଠୀ (୭୪)। ଘଟଣାରୁ ପ୍ରକାଶ ଯେ, ଉଦ୍ଧବ ତାଙ୍କ ସମ୍ପର୍କୀୟଙ୍କ ୪ବର୍ଷର ନାତୁଣୀଙ୍କୁ ପ୍ରଲୋଭନ ଦେଖାଇ ମହାନଦୀ ମାଳବନ୍ଧ ନିକଟ ଏକ ମଣ୍ଡପକୁ ନେଇ ବଳାତ୍କାର କରିଥିଲେ। ଗତ ୨୯ତାରିଖରେ ଘଟଣା ଘଟିଥିଲେ ମଧ୍ୟ ଶିଶୁକନ୍ୟାର ମା’ ଗୁରୁବାର ଏ ନେଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନାରେ ପୋକ୍ସୋ ଆକ୍ଟ ୩୭୬ (ଏ,ବି)ରେ ମାମଲା (ନଂ.୧୮୩/୧୯) ରୁଜୁ ହୋଇଛି। ଶିଶୁକନ୍ୟାର ବୟାନ ଆଧାରରେ ଉଦ୍ଧବଙ୍କୁ ଗିରଫ କରାଯାଇ ଡାକ୍ତରୀ ମାଇନା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଫାଣ୍ଡି ଅଧିକାରୀ ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share