ଶିଶୁକୁ କିଛି ସମୟ କାନ୍ଦିବାକୁ ଦିଅନ୍ତୁ, ଜାଣନ୍ତୁ କାରଣ

ଲଣ୍ଡନ: ଜନ୍ମରୁ ଦେଢ଼ ପର୍ଯ୍ୟନ୍ତ ଶିଶୁକୁ କିଛିସମୟ କାନ୍ଦିବାକୁ ଦିଅନ୍ତୁ। ଶିଶୁଟି କାନ୍ଦିବା ସଙ୍ଗେ ସଙ୍ଗେ ତା’ ନିକଟରେ ପହଞ୍ଚିଗଲେ ଏହାର ବିକାଶ ଉପରେ କୁପ୍ରଭାବ ପକାଇବ। ବ୍ରିଟେନ୍‌ର ଓ୍ବାର୍‌ଓ୍ବିକ୍‌ ୟୁନିଭର୍‌ସିଟିର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି। ରିପୋର୍ଟ ଅନୁଯାୟୀ, ଜନ୍ମରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଶିଶୁ କାନ୍ଦିଲେ ଏଥିରେ ବ୍ୟତିବ୍ୟସ୍ତ ନ ହୋଇ କିଛି ସମୟ କାନ୍ଦିବା ପାଇଁ ଛାଡ଼ିଦିଅନ୍ତୁ। କାରଣ ଏହା ଦ୍ୱାରା ପିଲାର ମାନସିକ, ଶାରୀରିକ କ୍ଷମତା ବୃଦ୍ଧି ପାଇବ। ଏହା ସହିତ ଧୀରେ ଧୀରେ ଅନୁଶାସନ ମଧ୍ୟ ଶିଖିଯିବ। ଅନୁସନ୍ଧାନ ସମୟରେ, ପିଲାମାନଙ୍କର ଲାଳନପାଳନ, କାନ୍ଦିବାର ବିଭିନ୍ନ ଉପାୟ ଏବଂ ମାତାପିତାଙ୍କ ଆଚରଣ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନର ମୁଖ୍ୟ ଅନୁସନ୍ଧାନକାରୀ ଡକ୍ଟର ଆୟଟନ ବିଲଗିନ୍‌ କହିଛନ୍ତି, ୩ରୁ ୧୮ମାସ ବୟସର ୭୦୦୦ରୁ ଅଧିକ ଶିଶୁଙ୍କ ମା’ଙ୍କ ଆଚରଣ ଉପରେ ନଜର ରଖାଯାଇଥିଲା। ସେମାନେ କେତେ ସମ୍ବେଦନଶୀଳ ଏବଂ ଶିଶୁ ଉପରେ ଏହାର ପ୍ରଭାବ ଦେଖିବାକୁ ଏହି ଅଧ୍ୟୟନ କରିଥିଲେ। ସମଗ୍ର ପ୍ରକ୍ରିୟାର ଭିଡିଓଗୁଡ଼ିକ ମଧ୍ୟ ରେକର୍ଡ କରାଯାଇଥିଲା ଏବଂ ଗଭୀର ଭାବରେ ଅଧ୍ୟୟନ କରାଯାଇ ଏହି ତଥ୍ୟ ପ୍ରକାଶ ପାଇଛି।