ଶିଶୁଙ୍କ ପାଇଁ କୋଭିଡ଼ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଜରୁରୀ

କଟକ ଅଫିସ, ୯ା୪:  ଦେଶରେ ପ୍ରଥମ କରୋନାଜନିତ ଶିଶୁ ମୃତ୍ୟୁ ଖବର ମଙ୍ଗଳବାର ହସ୍ତଗତ ହୋଇଛି। ଗୁଜରାଟର ଜୁନାଗଡରେ ଏକ ୧୪ମାସର ଶିଶୁଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାକୁ ଲାଇଭ ସପୋର୍ଟିଂ ସିଷ୍ଟମରେ ରଖି ଚିକିତ୍ସା କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ଶିଶୁଟିର ମୃତ୍ୟୁ ଘଟିଥିଲା। ଶିଶୁର ମାତାପିତା ଶ୍ରମିକ ଶ୍ରେଣୀର ଓ ସେମାନଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥିଲା। ଏହାବ୍ୟତୀତ ସେମାନେ ବସବାସ କରୁଥିବା ଗଁ। ଲକ୍‌ଡାଉନ କରାଯାଇଥିଲା। ଏ ସବୁ ସତ୍ତ୍ୱେ ଶିଶୁଟି କିପରି ସଂକ୍ରମିତ ହେଲା, ତା’ର କାରଣ ନ ଜାଣି ପାରିବାରୁ ଡାକ୍ତରଙ୍କ ଚିନ୍ତା ବଢିଯାଇଛି।
ଏପରିସ୍ଥଳେ ଓଡ଼ିଶାର କୋଭିଡ ହସ୍ପିଟାଲଗୁଡ଼ିକରେ ଏଯାଏ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳୁନାହିଁ। କାରଣ ଶିଶୁଙ୍କ ନିମନ୍ତେ ଏନଆଇସିୟୁ (ନିଓନେଟାଲ ଇଣ୍ଟେନସିଭ କେୟାର ୟୁନିଟ) ଏବଂ ପିଆଇସିୟୁ (ପେଡିଆଟ୍ରିକ ଇଣ୍ଟେନସିଭ କେୟାର ୟୁନିଟ)ରେ ମିଳୁଥିବା ସମସ୍ତ ସୁବିଧା ଏବଂ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଆଇସିୟୁ ମଧ୍ୟରେ ଅନେକ ପାର୍ଥକ୍ୟ ଥାଏ। ମୁଖ୍ୟତଃ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ମନିଟର ପ୍ରୋବ, ଭେଣ୍ଟିଲେଟର, ଅକ୍ସିଜେନ ମାସ୍କ, ଭେନଫ୍ଲାମ ଆଦି ଶିଶୁଙ୍କ ଠାରେ ଲାଗି ପାରିବ ନାହିଁ। ସେହିପରି ଆହୁରି ଅନେକ ବୈଷୟିକ ବ୍ୟବସ୍ଥା ଯାହା ବଡ଼ଙ୍କ ପାଇଁ ଜରୁରୀ ତାହା ଶିଶୁଙ୍କ ନିମନ୍ତେ ଉପଯୋଗ ହୋଇପାରିବ ନାହିଁ। ତେଣୁ ଶିଶୁଙ୍କ ନିମନ୍ତେ କୋଭିଡ ହସ୍ପିଟାଲ ଆଇସିୟୁରେ ସ୍ବତନ୍ତ୍ର ଭାବେ କିଛି ଶଯ୍ୟା ସଂରକ୍ଷିତ ରଖି ଏସବୁ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯିବା ଦରକାର ବୋଲି କେତେଜଣ ଶିଶୁରୋଗ ବିଶେଷଜ୍ଞ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ...

ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ୱର,୨୪।୯: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି।...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

ହସ ଖୁସିର ସଂସାର ଉଜାଡି ଦେଲା କ୍ୟାନ୍ସର: ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ଆକାଶ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):ଦିନ ଥିଲା ଗାଡି ଚଳାଇ ଘରକୁ ବଡ଼ ହସ ଖୁସିରେ ଚଳାଉଥିଲେ। ଦିନ ରାତି ପରିଶ୍ରମ କରିବାକୁ ପଛାଉ ନ ଥିଲେ।...

କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ଭୁବନେଶ୍ୱର,୨୪।୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri