Categories: ଫୁରସତ

ଶିଶୁଙ୍କ ଭଳି ମୁହଁ ଥିବା ରୋବୋ: ସ୍ପର୍ଶ, ଯନ୍ତ୍ରଣା କରିପାରିବ ଅନୁଭବ

ଟୋକିଓ,୨୫।୨: ଜାପାନରେ ବୈଜ୍ଞାନିକ ଛୋଟ ଶିଶୁଙ୍କ ମୁହଁ ଥିବା ରୋବୋ ତିଆରି କରିଛନ୍ତି। ଏହି ରୋବୋ ସ୍ପର୍ଶ ଏବଂ ଯନ୍ତ୍ରଣା ଅନୁଭବ କରିପାରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହାକୁ ଏଫେଟ୍ଟୋ ଭାବେ ନାମିତ କରାଯାଇଛି। ଏହି ରୋବୋକୁ ପ୍ରଥମେ ୨୦୧୧ରେ ତିଆରି କରାଯାଇଥିଲା। ପରେ ୨୦୧୮ରେ ଏଥିରେ କେତେକ ନୂଆ ନୂଆ ବୈଶିଷ୍ଟ୍ୟ ଯୋଡ଼ା ଯାଇଥିଲା। ଓସାକା ବିଶ୍ୱବିଦ୍ୟାଳୟ ବୈଜ୍ଞାନିକମାନେ ପ୍ରଫେସର ଅସାଦାଙ୍କ ନେତୃତ୍ୱରେ ଏହାକୁ ତିଆରି କରିଛନ୍ତି। ଏହି ରୋବୋ ଶରୀରରେ ବୈଦ୍ୟୁତିକ ଚାର୍ଜ ସହାୟତାରେ ସିନ୍ଥେଟିକ୍‌ ଚର୍ମ ମଧ୍ୟ ଲଗାଯାଇଛି। ସମ୍ପୂର୍ଣ୍ଣ ଭାବେ କାମ ସରିବା ପରେ ଏହି ରୋବୋର ଚର୍ମ ମଣିଷ ଭଳି ପ୍ରାୟ କାମ କରିପାରିବ ବୋଲି ଅସାଦ କହିଛନ୍ତି।

Share