ଶିଶୁଦିବସ: ନେହେରୁଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରୀଛାତ୍ର

ବାଲିଗୁଡ଼ା,୧୪।୧୧(ଡି.ଏନ୍‌.ଏ.): ବିଶିଷ୍ଟ ରାଷ୍ଟ୍ର ନାୟକ ତଥା ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ଶିଶୁଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷରେ ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ଛକରେ ଥିବା ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୂର୍ବାହ୍ନରେ ବିଦ୍ୟାଳୟଗୁଡିକରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ବିଦ୍ୟାଳୟର ରଜନୀକାନ୍ତ ଦାସ, ପବିତ୍ର ମୋହନ ପାଢ଼ୀ, ପ୍ରଦୀପ କୁମାର ପଣ୍ଡା, ଶିଶିର କାନ୍ତ ଦାସ, ଆର୍ତ୍ତଚନ୍ଦ୍ର ଖଟୁଆ,ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ନେହେରୁଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ନେହେରୁଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବଂଶୀଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Share