ଭୁବନେଶ୍ୱର,୨୮।୨(ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ବସ୍ତିରେ ଅଭାବ ଅନଟନରେ ଦିନ କାଟୁଥିବା ଜଣେ ମା’ ନିଜର ୧୯ ଦିନର ଶିଶୁପୁତ୍ରକୁୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଶିଶୁର ବାପା ଓ ବିକ୍ରିରେ ମଧ୍ୟସ୍ଥତା କରିଥିବା ୨ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଶିଶୁକୁ କ୍ରୟ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ବେଳେ ଶୁକ୍ରବାର ଆଉ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଶିଶୁପୁତ୍ରର ମା’ବାପାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସନ୍ଧ୍ୟାରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆରୁ ଶିଶୁପୁତ୍ରକୁୁ ଉଦ୍ଧାର କରାଯାଇଥିଲା। ପରେ କ୍ୟାପିଟାଲ ହସ୍ପିଟାଲରେ ତା’ର ଚିକିତ୍ସା କରାଯାଇଥିଲା।