Categories: ଫୁରସତ

ଶିଶୁପୁତ୍ର ସହ ଭୂତ ଶୋଇଥିବା ଦେଖି ଡରିଗଲେ ମା’, ସୋସିଆଲ ମିଡିଆରେ ଫଟୋ ଶେୟାର କରି କହିଲେ ସମ୍ପୂର୍ଣ୍ଣ ଘଟଣା

ଭୂତ, ପ୍ରେତକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖିଥାନ୍ତି। କେହି ଏହାର ଅସ୍ଥିତ୍ୱକୁ ନେଇ ବିଶ୍ୱାସ କରୁଥିଲେ ମଧ୍ୟ କେହି କେହି ବିଶ୍ୱାସ କରି ନ ଥାନ୍ତି। ତେବେ ଏହା ଉପରେ ଏପରି କିଛି ସୂଚନା ନାହିଁ କି ଜଣେ ଦୃଢ଼ତାର ସହ କହି ପାରିବ ଭୂତ ପ୍ରେତ ଅଛନ୍ତି, କିମ୍ବା ନାହାନ୍ତି। ତେବେ କିଛି ଘଟଣା ଏପରି ଅଛି ଯାହା ଆମକୁ ଭାବିବାକୁ ବାଧ୍ୟ କରେ ଭୂତ ପ୍ରେତ ଉପରେ ବିଶ୍ୱାସ କରିବା କଥା କି ନୁହେଁ। ଅନ୍ୟପକ୍ଷେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରେ ଜଣେ ଛୋଟ ପିଲା ଶୋଇଥିବା ବେଳେ ତା’ ପାଖରେ ଅନ୍ୟ ଏକ ଛୋଟ ପିଲା ଶୋଇଥିବା ଦେଖାଯାଉଛି। ଫଟୋଟିକୁ ଦେଖିଲେ ଲାଗୁଛି ଯେପରି ପିଲା ପାଖରେ ଭୂତ ଶୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଆମେରିକାର ଇଲିନୋଇସ ଅଞ୍ଚଳରେ। ଆମେରିକା ନ୍ୟୁଜ ଚ୍ୟାନେଲ ରିପୋର୍ଟ ଅନୁଯାୟୀ, ସେଠାରେ ରହୁ ଥିବା ମାର୍ତ୍ତିଜା ସିବାଲସ ରାତିରେ ଶୋଇବାକୁ ଯାଉଥିବା ସମୟରେ ଅନ୍ୟ ଏକ କୋଠରିରେ ଶୋଇଥିବା ତାଙ୍କର ୧୮ ମାସର ଶିଶୁପୁତ୍ର ଭଲରେ ଶୋଇଛି କି ନାହିଁ ଦେଖିବାକୁ ଯାଇ ପୁଅର ରୁମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ତାଙ୍କ ପାଦତଳୁ ମାଟି ଖସିଗଲା। ଏହି ଫଟୋକୁ ସେ ସୋସିଆଲ ମିଡିିଆରେ ଶେୟାର କରି ଲେଖିଥିଲେ ଗତ ରାତିରେ ମୋ’ ପୁଅ ପାଖରେ ଭୂତ ଛୁଆ ଶୋଇଥିବା ଦେଖିଥିଲି। ପରେ ଲାଇଟ୍‌ ନେଇ ସେଠାକୁ ଯିବା ପରେ ମୋତେ କିଛି ମିଳି ନ ଥିଲା।


ଏହି ଘଟଣାକୁ ନେଇ ମର୍ତ୍ତିଜା ତାଙ୍କର ଅନୁଭବ ବାଣ୍ଟିଛନ୍ତି। ସେ କିଛି ସମୟ ତାଙ୍କ ଆଖିକୁ ବିଶ୍ୱାସ କରିପାରି ନାହାନ୍ତି। ସେ ସୋସିଆଲ ମିଡିଆରେ ଛାଡିଥିବା ଫଟୋଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୩ ଲକ୍ଷ ଶେୟାର, ୫ ଲକ୍ଷ ପ୍ରତିକ୍ରିୟା ମିଳିସାରିଲାଣି। ଏବେ ଏହି ଘଟଣା ପଛର ସତ୍ୟତା ସାମ୍ନାକୁ ଆସିଛି। ମର୍ତ୍ତିଜାଙ୍କ ପୁଅ ଶୋଇଥିବା ଘର ଯାଞ୍ଚ କରିବା ସମୟରେ ବେଡ୍‌ ଉପରେ ପଡିଥିବା ଚାଦର ତଳୁ ଏକ ଷ୍ଟିକର ପାଇଥିଲେ, ଯାହାକୁ ସେ ସିସିଟିଭିରେ ଦେଖିଥିଲେ। ତାଙ୍କ ଅଜାଣତରେ ସ୍ବାମୀ ପୁଅର ଗଦି ବଦଳେଇ ଦେଇଥିଲେ। ଯେଉଁଥିରେ ଛୋଟ ଶିଶୁର ଫଟୋ ଥିଲା ଯାହାକୁ ସେ ଭୂତ ଛୁଆ ଭାବିଥିଲେ। ଏହା ଜାଣିବା ପରେ ସେ ପୁଣି ସୋସିଆଲ ମିଡିଆରେ ସତ କଥାକୁ ଶେୟାର କରିଛନ୍ତି।

Share