Categories: ଜାତୀୟ

ଶିଶୁ କନ୍ୟାକୁ ବିକି ଫୋନ କିଣିଲେ ବାପା

ଚେନ୍ନାଇ, ୨୩ା୧୧(ପି.ଟି.): ତାମିଲନାଡ଼ୁରେ ନିଜ ନବଜାତ ଶିଶୁକନ୍ୟାକୁ ଦଲାଲ୍‌ଙ୍କ ସହଯୋଗରେ ଜଣେ ବ୍ୟକ୍ତି ବିକ୍ରିକରି ସେହି ଟଙ୍କାରେ ଫୋନ୍‌ କିଣିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାର ଖୋଳତାଡ୍‌ ପରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଛି। ତଥ୍ୟ ଅନୁଯାୟୀ, ୟେସୁରୁଧୟରାଜ୍‌ଙ୍କ ପୂର୍ବରୁ ୨ ଝିଅ ଓ ଗୋଟିଏ ପୁଅ ଥିଲେ। ପରେ ତାଙ୍କ ସ୍ତ୍ରୀ ପୁଷ୍ପଲତା ଦୁଇଟି ଯାଆଁଳା ଶିଶୁ ଜନ୍ମ ଦେଇଥିଲେ। ଗୋଟିଏ ପୁଅ ଓ ଗୋଟିଏ ଝିଅ। ପୁଣି ଝିଅ ଜନ୍ମ ହେବାରୁ ୟେସୁରୁଧୟରାଜ୍‌ ଚିନ୍ତାଗ୍ରସ୍ତ ଥିଲେ। ସ୍ତ୍ରୀଙ୍କୁ ନ ଜଣାଇ ଦଲାଲ୍‌ଙ୍କ ସାହାଯ୍ୟରେ ଗତ ୧୮ରେ ସେ ନବଜାତ ଶିଶୁକନ୍ୟାଟିକୁ ୨,୫୦୦ ଡଲାରରେ ବିକ୍ରି କରିଥିଲେ। ସେହି ଟଙ୍କାରେ ନିଜ ପାଇଁ ଏକ ଫୋନ ଓ ନବଜାତ ଶିଶୁପୁତ୍ର ଲାଗି ସୁନାର ଏକ ଚେନ୍‌ କିଣିଥିଲେ। ବାକି ଟଙ୍କାରେ ଋଣ ଶୁଝିଥିଲେ। ହସ୍ପିଟାଲକୁ ଚେକ୍‌ଅପ୍‌ ଲାଗି ନ ନେବାରୁ ଡାକ୍ତର ଆସି ପଚାରିଥିଲେ। ପରେ ସବୁ ସତ ଲୋକଲୋଚନକୁ ଆସିଥିଲା। ପରେ ୟେସୁରୁଧୟରାଜ ଓ ଦଲାଲ୍‌ଙ୍କୁ ପୋଲିସ ଗିରଫ କରି ଶିଶୁକନ୍ୟାକୁ ସାମୟିକ ଭାବେ ଏକ ଏନ୍‌ଜିଓ ଅଧୀନରେ ଦେଇଥିଲା।

Share