Categories: ଖେଳ

ଶିଶୁ ଦିବସରେ ପିଲାଦିନର ଫଟୋ ଛାଡ଼ିଲେ ବୁମ୍‌ରା

ନୂଆଦିଲ୍ଲୀ,୧୪।୧୧- ପୂରା ଦେଶରେ ଗୁରୁବାର ଶିଶୁ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ସୋସିଆଲ ମିଡିଆରେ ନିଜ ପିଲାଦିନର ଫଟୋ ଶେୟାର କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ପେସର ଯଶପ୍ରୀତ ବୁମରା। ସେ ନିଜ ପିଲା ବେଳର ଫଟୋ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଉକ୍ତ ଫୋଟରେ ବୁମରା ତାଙ୍କ ମା’ ଦଲଜିତ କୌରଙ୍କ କୋଳରେ ବସିଛନ୍ତି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ସେତେବେଳର ଚୁଟି ତ ଆଉ ନାହିଁ। କିନ୍ତୁ ମୋ ମା’ ପୂର୍ବଭଳି ମୋତେ ସମର୍ଥନ କରୁଛନ୍ତି। ସଭିଙ୍କୁ ଶିଶୁ ଦିବସର ସୁଭକାମନା।

Share