ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ଉତ୍ତେଜନା

କଟକ ଅଫିସ,୧୦।୧୧: ଶିଶୁ ମୃତ୍ୟୁକୁ ନେଇ ଏସ୍‌ସିବି ମେଡିକାଲରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ସିଡିଏ ୬ ନଂ ଅଞ୍ଚଳର ଜଣେ ୩ ବର୍ଷର ଶିଶୁ ତାଜାରୁ ଖସି ପଡି ଆହତ ହୋଇ ଏସ୍‌ସିବି କାଜୁଆଲଟିକୁ ଶନିବାର ରାତିରେ ଆସିଥିଲେ। କାଜୁଆଲଟି ପକ୍ଷରୁ ତାଙ୍କୁ ଶିଶୁରୋଗ କାଜୁଆଲଟିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରବିବାର ଭୋର ସମୟରେ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ତେବେ ଚିକିତ୍ସାରେ ଅବହେଳା ଓ ବିଳମ୍ବ ଯୋଗୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ମୃତ ଶିଶୁଙ୍କ ପରିବାର ଓ ସମର୍କିୟ ଶିଶୁରୋଗ ବିଭାଗ କାଜୁଆଲଟିରେ ତାଲା ପକାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ମଙ୍ଗଳାବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଘଟଣାର ତଦନ୍ତ କରାଯିବ ବୋଲି ମେଡିକାଲ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।

Share