Categories: ଜାତୀୟ

ଶିଶୁ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସଚ୍ଚିନ

ନୂଆଦିଲ୍ଲୀ,୪।୧: ରାଜସ୍ଥାନର କୋଟାରେ ଶିଶୁ ମୃତ୍ୟୁ କମିବାର ନାଁ ନେଉନାହିଁ। ଶନିବାର ସୁଦ୍ଧା କୋଟାର ଜେକେ ଲୋନ ହସ୍ପିଟାଲରେ ପ୍ରାୟ ୧୦୭ଜଣ ଶିଶୁଙ୍କର ମୃତ୍ୟୁ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଶନିବାର ଏହି ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ। ସେ କହିଛନ୍ତି ଏହି ଘଟଣାରେ ଆମର ପ୍ରତିକ୍ରିୟା ଅଧିକ ନମ୍ର ଓ ସମ୍ବେଦନଶୀଳ ହୋଇପାରିବ। ୧୩ ମାସ ହେବ ଶାସନରେ ରହିବା ପରେ ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ ନ କରି ଆମେ ଦାୟିତ୍ୱ ନେବାକଥା ଚିନ୍ତା କରିବା ଦରକାର। ପୁରୁଣା କଥା ଚିନ୍ତା କରିବା ଠିକ୍‌ ନୁହେଁ। ଜନତା ଆମକୁ ନିର୍ବାଚିତ କରିଛନ୍ତି ଅର୍ଥ ଆମେ ସେମାନଙ୍କ କଥା ଚିନ୍ତା କରିବା ଉଚିତ୍‌ ବୋଲି ସଚ୍ଚିନ କହିଛନ୍ତି।

Share