ଶିଶୁ ରାଇଜର ୪୭ ତମ ବାର୍ଷିକ ଉତ୍ସବ

ନୟାଗଡ଼ ଅଫିସ,୧୬ା୧୧: ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ବଡ଼ପୁଟସ୍ଥିତ ଚାଚା ନେହେରୁ ଶିଶୁ ରାଇଜର ୪୭ତମ ବାର୍ଷିକ ଉତ୍ସବ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ରଣପୁର ବିଧାୟକ ସତ୍ୟ ନାରୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଛାତ୍ରନେତା ଶିବରାମ ମହାପାତ୍ର , ସମ୍ମାନିତ ଅତିଥିଭାବେ ସାରଦା ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ। ଅତିଥିମାନେ ନେହେରୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ପରସ୍ପର ମଧ୍ୟରେ ଭାଇଚାରାର ସମ୍ପର୍କ ରକ୍ଷା କରି ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ କରିବା ପାଇଁ ଆହ୍ବାନ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସୁଜିତ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତିି ଦୁର୍ଯ୍ୟୋଧନ ସାମଲ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁରଲୀ ଡ୍ୟାନ୍ସ ଗ୍ରୁଫ୍‌ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Share