ଶିଶୁ ହସ୍ପିଟାଲ୍‌ ଉପରେ ମିଶାଇଲ୍‌ ମାଡ଼, ୨୪ ମୃତ

କିଓ଼୍ବ, ୦୮।୦୭: ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ହେଲାଣି । ହେଲେ ଏ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି । ରୁଷ୍‌ ସେନା ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି । ସୋମବାର ରୁଷ୍‌ ସେନା ୟୁକ୍ରେନ୍‌ର ରାଜଧାନୀ କିଓ଼୍ବର ଅନେକ ଅଞ୍ଚଳରେ ଯୁଦ୍ଧାସ୍ତ୍ର ପ୍ରୟୋଗ କରିଛି । ପାଖାପାଖି ୧୨ ଟି ମିଶାଇଲ୍‌ ମାଡ଼ କରିଛି । ଫଳରେ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ଏକ ହାଇପର ସୋନିକ୍‌ ମିଶାଇଲ୍‌ ଶିଶୁ ହସ୍ପିଟାଲ୍‌ ଉପରେ ମାଡ଼ ହୋଇଛି । ଫଳରେ ହସ୍ପିଟାଲ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଭଗ୍ନାବଶେଷ ତଳେ ଅନେକ ଜୀବନ ଫସି ରହିଥିବା କୁହାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Share