Categories: ବାଣିଜ୍ୟ

ଶୀଘ୍ର କାର୍ଯ୍ୟକ୍ଷମ ହେବ ଏସ୍‌ବିଆଇର ସବୁ ଶାଖା

ଭୁବନେଶ୍ୱର,୧୨-୫ : ଫନୀ ଯୋଗୁ ପ୍ରଭାବିତ ହୋଇଥିବା ରାଜ୍ୟର ୧୪ ଜିଲାରେ ଥିବା ନିଜର ଅଧିକାଂଶ ଶାଖାକୁ କାର୍ଯ୍ୟକ୍ଷମ କରାଇଥିବା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୂଚନା ଦେଇଛି। ବାକିଥିବା ଅନ୍ୟ ଶାଖାଗୁଡିକୁ ଆଗାମୀ ଦୁଇ ଦିନରେ ସେବା ପରିସରଭୁକ୍ତ କରାଯିବ ବୋଲି ଏସ୍‌ବିଆଇ ପକ୍ଷରୁ ସୂଚନା ରହିଛି। ଗ୍ରାହକଙ୍କୁ ସେବା ଯୋଗାଣରେ ସୁଗମତା ନେଇ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଥିବା ଏହା ପ୍ରକାଶ କରିଛି। ବ୍ୟାଙ୍କର ଗ୍ରାହକ ମାନେ ପୂର୍ବଭଳି ଜମା, ଉଠାଣ ଏବଂ ଅନ୍ୟ ସେବା ଲାଭ କରିପାରିବେ। ବ୍ୟାଙ୍କ ପକ୍ଷରୁ ଏକ ମୁଖ୍ୟ ମନ୍ତ୍ରୀ ରିଲିଫ ପଣ୍ଡ ଆକାଉଣ୍ଟ ଖୋଲା ଯାଇଛି। ଏଠାରେ ଲୋକମାନେ ଫନୀ କ୍ଷତିଗ୍ରସ୍ତଙ୍କ ଲାଗି ସହାୟତା ରାଶି ଜମା କରିପାରିବେ। ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଣ ନେଇ ବ୍ୟାଙ୍କ ପ୍ରତିଶୃତିବଦ୍ଧ ବୋଲି ଏହା କହିଛି।

Share