ଶୀଘ୍ର ବ୍ୟାପୁଛି ନୂଆ କରୋନା ଭାଇରସ ଷ୍ଟ୍ରେନ: ଡବ୍ଲ୍ୟୁଏଚ୍‌ଓକୁ ଜଣାଇଲା ୟୁକେ

ଲଣ୍ଡନ: ୟୁକେରେ ବ୍ୟାପୁଥିବା ନୂଆ କରୋନା ଭାଇରସ ପୂର୍ବ ଅପେକ୍ଷା ବେଶ୍‌ ଶକ୍ତିଶାଳୀ ଓ ଏହା ଦ୍ରୁତ ଗତିରେ ବ୍ୟାପୁଛି। ସଂକ୍ରମଣ ହ୍ରାସ ପାଇଁ ଅଧିକ ଜନସଚେତନତା ଦରକାର ବୋଲି ଶନିବାର କହିଛନ୍ତି ଇଂଲଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ କ୍ରିସ ୱିଟି। ଏ ଲଣ୍ଡନ ପକ୍ଷରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଘଠନ(ଡବ୍ଲ୍ୟଏଚ୍‌ଓ)କୁ ଜଣାଇ ଦିଆଯାଇଛି।

ବ୍ରିଟେନରେ ଚଳିତ ମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ମେଡିକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶବାସୀଙ୍କୁ ଅଧିକ ସତର୍କ ରହିବା ଦରକାର ଥିବା ଶନିବାର ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଆଗକୁ ଖ୍ରୀଷ୍ଟମାସ ଆସୁଥିବାରୁ ଦେଶରେ ନୂଆ କଟକଣା ମଧ୍ୟ ଜାରି କରାଯାଇଛି।

Share