ଶୀତଦିନେ ଆଜ୍‌ମାରୁ ଦୂରେଇ ରହିବେ କିପରି…

ଶୀତଦିନେ ପରିବେଶ ଥଣ୍ଡା ରହିବା ଯୋଗୁ କେତେକଙ୍କଠାରେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ। ଏହାକୁ ଚିକିତ୍ସକମାନେ ଆଜ୍‌ମା ସମସ୍ୟା ବୋଲି କହିଥାନ୍ତି। ଏଥିପାଇଁ ଔଷଧ ଖାଇବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ସଜନା ଛୁଇଁ ଖାଇଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। ସଜନା ଛୁଇଁରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏବଂ ପ୍ରୋଟିନ୍‌ ରହିଛି। ଏଥିରେ ଭିଟାମିନ୍‌ ସି ଥିବାରୁ ଏହା ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା କରିବା ସହିତ ଶ୍ୱାସକ୍ରିୟାକୁ ସ୍ବାଭାବିକ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ଖଣିଜ, ଲୌହ, ଭିଟାମିନ୍‌-ବି-୬, ଫୋଲିକ୍‌ ଏସିଡ୍‌ ଆଦି ତତ୍ତ୍ୱ ରହିଛି। ଏହା ପାଚନଶକ୍ତି ବଢାଇବାରେ ସହାୟକ ହୋଇଥାଏ। ଏହାକୁ ତରକାରୀ କରି ଅବା ଭାଜି ଖାଇଲେ ସୁଫଳ ମିଳିଥାଏ। ତେବେ ଏକ ପାତ୍ରରେ ପାଣିନେଇ ସେଥିରେ ସଜନା ଛୁଇଁ ପକାଇ ଏହାର ବାଷ୍ପ ଆଘ୍ରାଣ କଲେ ଆରାମ ମିଳେ। ଆଜ୍‌ମା ରୋଗୀଙ୍କ ପାଇଁ ଏହା ମହୌଷଧୀ ସାବ୍ୟସ୍ତ ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।