ଶୀତଦିନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ, ଆପଣାନ୍ତୁ କିଛି ଟିପ୍ସ

ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶୀତଦିନ ବେଶ୍‌ କଷ୍ଟଦାୟକ ହୋଇଥାଏ। ପ୍ରବଳ ଥଣ୍ଡା ଯୋଗୁ ଆଣ୍ଠୁଗଣ୍ଠି ବିନ୍ଧା ଅଧିକ ପରିମାଣରେ ହୋଇଥାଏ। ତେଣୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

* ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତି ସାଇକେଲ ଚଲାନ୍ତୁ। ଏହା ସହ ସକାଳ ଏବଂ ସନ୍ଧ୍ୟାରେ ଚାଲିବା ମଧ୍ୟ ଉଚିତ। ଧ୍ୟାନ ରଖନ୍ତୁ, ଜୋରରେ ନ ଚାଲି ଆରାମଦାୟକ ଜୋତା ପିନ୍ଧି ଧୀରେଧୀରେ ଚାଲନ୍ତୁ।

* ଘରୋଇ ଉପାୟରେ ପ୍ରସ୍ତୁତ ତେଲ ଗରମ କରି ଆଣ୍ଠୁଗଣ୍ଠିରେ ପ୍ରତିଦିନ ମାଲିସ୍‌ କରନ୍ତୁ।

* ଆଣ୍ଠୁଗଣ୍ଠି ସମସ୍ୟରେ ପୀଡିତ ବ୍ୟକ୍ତି ଶୀତଦିନେ ଅଧିକ ମାତ୍ରାରେ ଗୁଆଘିଅ ଖାଆନ୍ତୁ।

* ପ୍ରତିଦିନ ଯୋଗ କରନ୍ତୁ।

* ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ।