ଶୀତଦିନେ ଏସବୁ କରିବା ମନା…

ଶୀତଦିନେ କେତେକ କାମ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏସବୁ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଶୀତଦିନେ ସକାଳୁ ଗରମ ପାଣିରେ ଗାଧୋଇବା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏହା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ ଏବଂ ଫାଟି ଯାଇଥାଏ। ତେଣୁ ଏଭଳି ଅଭ୍ୟାସଠାରୁ ଦୂରେଇ ରହିବା ଆବଶ୍ୟକ। ସେହିପରି ଶୀତଦିନେ ନିତ୍ୟକର୍ମ ସାରି ପ୍ରାତଃଭୋଜନ କରିବା ଆବଶ୍ୟକ। ଏପରି ନ କଲେ ବିଭିନ୍ନ ପାଚନ ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ। ଶୀତଦିନେ ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଇରହିବା ଦ୍ୱାରା ଶରୀରର ବିଭିନ୍ନ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଫଳରେ ନାନା ପ୍ରକାର ରୋଗ ସୃଷ୍ଟି ହେବାର ଆଶଙ୍କା ରୁହେ। କେତେକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୀତଦିନେ ସକାଳୁ ଉଠି ସିଗାରେଟ ଅବା ବିଡ଼ି ଟାଣିଥାନ୍ତି। ତେବେ ଏସବୁଠାରୁ ଦୂରେଇ ରହିବା ଆବଶ୍ୟକ। ଏସବୁ ଦ୍ୱାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।