ଶୀତଦିନେ କାହିଁକି ବଢ଼େ ମାନସିକ ଅବସାଦ…

ଶୀତଦିନେ କେତେକଙ୍କଠାରେ ମାନସିକ ଅବସାଦ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ପରିବେଶ ଥଣ୍ଡା ରହିବା ଯୋଗୁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରି ନ ଥାଏ। ମେଟାବୋଲିଜିମ୍‌ ପ୍ରକିୟା ଧିମା ହେବା ଯୋଗୁ ମୁଖ୍ୟତଃ ହାପିନେସ୍‌ ହରମୋନ୍‌ ଏଣ୍ଡୋରଫିନ୍‌, ଡୋପାମାଇନ୍‌ ଏବଂ ସେରୋଟୋନିନ୍‌ର କ୍ଷରଣ ଠିକ ଭାବେ ହୋଇ ନ ଥାଏ। ଫଳରେ ମନରେ ଅବସାଦ ଜାତ ହୋଇଥାଏ। ତେଣୁ ଶୀତଦିନେ ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ଆବଶ୍ୟକ। ଏହା ସେରୋଟୋନିନ୍‌ ହରମୋନ୍‌ କ୍ଷରଣରେ ସହାୟତା କରିଥାଏ। ସେହିପରି ଅବସାଦରୁ ଦୂରେଇ ରହିବା ପାଇଁ ଶୀତଦିନେ କିଛି ବ୍ୟାୟାମ କରିବା ଉଚିତ୍‌। ଏହାଦ୍ୱାରା ଶରୀରର ତାପମାତ୍ରା ବଜାୟ ରହିବା ସହିତ ଏଣ୍ଡୋରଫିନ୍‌ ହରମୋନ୍‌ ସ୍ବାଭାବିକ ଭାବେ କ୍ଷରଣ ହୋଇଥାଏ। ଏଭଳି ସମସ୍ୟାରୁ ଦୂରେଇ ରହିବା ପାଇଁ ଦିନରେ ଅଧାଘଣ୍ଟା ଖରାରେ ବସିଲେ ସୁଫଳ ମିଳିଥାଏ।

Share