ଶୀତଦିନେ କାହିଁକି ଲଗାଇବେ ସୋରିଷ ତେଲ

ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ, ଫ୍ୟାଟି ଏସିଡ୍‌ ଓ ବିଟାକୈରୋଟିନ୍‌। ତେଣୁ ପ୍ରତିଦିନ ସକାଳେ ଏହି ତେଲ ମାଲିସ କରିବା ଭଲ।
-ସମାନ ପରିମାଣର ସୋରିଷ ତେଲ ଓ ନଡ଼ିଆ ତେଲ ଏକାଠି ମିଶାଇ ଲଗାଇଲେ ଚର୍ମ ଚିକ୍କଣ ଓ ଉଜ୍ୱଳ ହୋଇଥାଏ।
-ସୋରିଷ ତେଲରେ ଥିବା ଆଇରନ୍‌, କ୍ୟାଲସିୟମ ଓ ବିଟାକୈରୋଟିନ୍‌ କେଶକୁ ଲମ୍ବା, କଳା ଓ ଚିକ୍କଣ କରିବାରେ ସାହାଯ୍ୟ କରିଥାଏ।
-American Journal of Clinical Nutrition କୁହେ ସୋରିଷ ତେଲରେ ନିୟାସିନ, ଫୋଲେଟ, ଥିୟାମାଇନ୍‌ ଆଦି ଭିଟାମିନ୍‌ ରହିଛି। ଏହାକୁ ନିୟମିତ ଅଳ୍ପ ପରିମାଣରେ ଖାଇଲେ ଶରୀର ସୁସ୍ଥ ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ।
-alpha-linolenic acid ଥିବା ସୋରିଷ ତେଲ ଖାଇଲେ ହୃଦରୋଗ ଆଶଙ୍କା କମ୍‌ ହୋଇଥାଏ।
-ଶୀତଦିନେ ଦେଖାଯାଇଥିବା ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସୋରିଷ ତେଲରେ କର୍ପୁର ମିଶାଇ ଅଳ୍ପ ଉଷୁମ କରି ମାଲିସ କଲେ ଉପକାର ମିଳିଥାଏ।
-ସୋରିଷ ତେଲରେ ଅଳ୍ପ ହେଙ୍ଗୁ, ଜୁଆଣି ଓ ୨/୩ କୋଲା ରସୁଣ ମିଶାଇ ଉଷୁମ କରିବା ପରେ ଏହି ତେଲକୁ ଅଣ୍ଟାରେ ମାଲିସ କଲେ ଅଣ୍ଟା ଦରଜରୁ ଆରାମ ମିଳିଥାଏ।
-ସୋରିଷ ତେଲରେ ଥିବା ଆଣ୍ଟି ବ୍ୟାକଟ୍ରିଆଲ, ଆଣ୍ଟି ଫଙ୍ଗାଲ ଓ ଆଣ୍ଟି ଭାଇରାଲ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।
-ରାତିରେ ଶୋଇବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସୋରିଷ ତେଲ ମାଲିସ ହୋଇ ଶୋଇଲେ ମଶା କାମୁଡି ନ ଥାଆନ୍ତି।