ଶୀତଦିନେ କେଶ ସମସ୍ୟା ଉପୁଜୁଥିଲେ ବ୍ୟବହାର କରନ୍ତୁ ମେଥି, ଜାଣନ୍ତୁ ଉପାୟ

ବମ୍ବେ: ଶୀତଦିନେ କେଶ ଜନିତ ସମସ୍ୟା ସାଧାରଣ ବୋଲି କହିପାରିବା। ବିଶେଷକରି ମୁଣ୍ଡରେ ରୁପି ହେବା, କେଶ ଝଡ଼ିବା ଭଳି ସମସ୍ୟା ଏହି ସମୟରେ ଦେଖାଯାଇଥାଏ। ହେଲେ ଏସବୁ ପାଇଁ ମେଥି ସର୍ବୋକୃଷ୍ଟ। ମେଥି ଦାନାରେ ଭିଟାମିନ୍‌ ଏ, ଭିଟାମିନ୍‌ କେ, ଭିଟାମିନ୍‌ ସି ଓ ଫଲିକ୍‌ ଏସିଡ ରହିଥାଏ। ଏଥିସହ ପୋଟାସିୟମ, କ୍ୟାଲସିୟମ, ଆଇରନ ଏବଂ ଖଣିଜଲବଣ ମଧ୍ୟ ରହିଥାଏ। ଏହାକୁ ସଠିକ୍‌ ଉପାୟରେ କେଶରେ ଲଗାଇବା ଦ୍ୱାରା ଏହା ମଶ୍ଚରାଇଜର ଭଳି କାମ କରିଥାଏ।

ଜାଣନ୍ତୁ ବ୍ୟବହାର କରିବାର ଉପାୟ:
-ଗୋଟିଏ ଚାମଚ ମେଥିଦାନାକୁ ଗରମ ପାଣିରେ ଫୁଟାନ୍ତୁ। ପରେ ଗୋଟିଏ ରାତି ପାଇଁ ନଡ଼ିଆ ତେଲରେ ପକାଇ ରଖନ୍ତୁ। ସକାଳେ ତେଲକୁ କେଶ ମୂଳରେ ଭଲ ଭାବେ ଲଗାନ୍ତୁ। ଏହା କେଶ ଝଡ଼ିବା କମ୍‌ କରିବ।

-ଗୋଟିଏ କପ୍‌ ପାଣିରେ ତିନି ଚାମୁଚ ମେଥିକୁ ଛଅ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ। ପରେ ଏହାକୁ ପାଣିରୁ ଛାଣି ବାଟି ଦିଅନ୍ତୁ। ମିଶ୍ରଣରେ ତିନି ଚାମୁଚ ଅଁଳା ତେଲ ମିଶାନ୍ତୁ। ପରେ ଏହାକୁ କେଶମୂଳରେ ଭଲ ଭାବେ ଘଷି ୩୦ ମିନିଟ ପାଇଁ ଛାଡ଼ନ୍ତୁ। କେଶ ବଢ଼ିବା ଲାଗି ଚାହୁଁଥିଲେ ସପ୍ତାହରେ ଥରୁଟିଏ ଏପରି କରନ୍ତୁ।

-ରାତିରେ ଦୁଇ ଚାମୁଚ ମେଥିକୁ ଭିଜାଇ ରଖିଦିଅନ୍ତୁ। ସକାଳେ ଏହାର ପେଷ୍ଟ କରିନିଅନ୍ତୁ। ଏହାକୁ ମୁଣ୍ଡରେ ଲଗାଇ ଅଧଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ପରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ରୁପି ସମସ୍ୟା କମ୍‌ ହେବ।