ଶୀତଦିନେ ଖାଆନ୍ତୁ ଟମାଟୋ, ବିଭିନ୍ନ ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଏହାକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ…

-ଟମାଟୋରେ କ୍ୟାଲ୍‌ସିୟମ ଓ ଫସ୍‌ଫରସ୍‌ ରହିଥାଏ। ଏହା ହାଡ଼କୁ ମଜଭୁତ କରିଥାଏ।

-ଟମାଟୋରେ ଭିଟାମିନ୍‌ ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

-ପାଚନତନ୍ତ୍ରକୁ ସକ୍ରିୟ ନ କରାଇଲେ ମଧ୍ୟ ଏହା ଗ୍ୟାସ୍‌ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

– ଏହା ଶ୍ୱାସନଳି ସଫା କରିବାରେ ସାହାଯ୍ୟ କରିବା ଯୋଗୁ ଶ୍ୱାସ ସମସ୍ୟା ସୃଷ୍ଟି ହୋଇ ନ ଥାଏ।

-ମଧୁମେହ ଓ ହୃଦ୍‌ରୋଗୀଙ୍କ ପାଇଁ ଏହା ବରଦାନ୍‌ ସଦୃଶ । ଯଦି ଏହାକୁ ସେମାନେ ନିୟମିତ ଖାଇଲେ ଲାଭବାନ୍‌ ହେବେ।

-ଏଥିରେ ଭିଟାମିନ୍‌ ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ଫଳରେ ଚର୍ମ କୁଞ୍ଚନ ଦେଖାଯାଇ ନ ଥାଏ।