ଶୀତଦିନେ ଖାଆନ୍ତୁ ବରକୋଳି

ବରକୋଳି ସାଧାରଣତଃ ଶୀତଦିନେ ମିଳିଥାଏ। ଏହାକୁ ଖାଇଲେ ଥଣ୍ଡା ଓ ଗାଲୁଆ ହୋଇଥାଏ ବୋଲି କୁହାଯାଏ। ହେଲେ ଏଥିରେ ଥିବା କିଛି ଭିଟାମିନ୍ସ ଆମ ଶରୀର ପାଇଁ ବେଶ୍‌ ଲାଭକାରୀ। ବରକୋଳି ଦୁଇ ପ୍ରକାରର ମିଳିଥାଏ ଗୋଟିଏ ଖଟା ଲାଗେ ଅନ୍ୟଟି ମିଠାଲାଗେ। ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ଉପଯୋଗୀ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।
-ବରକୋଳି ଖାଇଲେ କେଶ ଘନ, ଲମ୍ବା ଓ ସୁସ୍ଥ ହୋଇଥାଏ।
-ହଜମ ଶକ୍ତି ବଢାଇବାରେ ଏହା ସାହାଯ୍ୟ କରିଥାଏ। ନିୟମିତ ସକାଳୁ ୨-୪ଟି ବରକୋଳି ଖାଇଲେ ହଜମ ଶକ୍ତିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ।
-ବରକୋଳିର ଆଚାର ମଧ୍ୟ ପ୍ରସ୍ତୁତ କରି ଖିଆଯାଏ। ଯାହା ବେଶ୍‌ ସ୍ବାଦିଷ୍ଟ।
-ଥଣ୍ଡା ସମୟରେ ଏହାକୁ ଅଧିକ ପରିମାଣରେ ଖାଇବା ଅନୁଚିତ୍‌। ଏହାଦ୍ୱାରା କାଶ ଓ କଫ ହେବାର ଆଶଙ୍କା ଥାଏ।