ଶୀତଦିନେ ଖାଆନ୍ତୁ ମକାରେ ତିଆରି ରୁଟି

ମକା ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ରହିଛି ଫାଇବର, ଭିଟାମିନ୍ସ ଓ ପୋଷକ ତତ୍ତ୍ୱ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଶୀଘ୍ର ହଜମ ହୋଇଥାଏ। ତେଣୁ ଡାକ୍ତରମାନେ ସବୁବେଳେ ମକା ଖାଇବାକୁ କୁହନ୍ତି।
– ଯେଉଁମାନଙ୍କ ଶରୀରରେ ଲୋହିତ ରକ୍ତ କଣିକାର ପରିମାଣ କମି ଯାଇଥାଏ ସେମାନଙ୍କଠାରେ ଏନିମିଆ ଲକ୍ଷଣ ଦେଖାଦିଏ। ଏହାଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଉପୁଜିଥାଏ। ମକାରେ ଥିବା ଜିଙ୍କ, ଆଇରନ ଓ ବିଟାକ୍ୟାରୋଟିନ୍‌ ଶରୀରରେ ଲୋହିତ ରକ୍ତ କଣିକା ସୃଷ୍ଟି କରିଥାଏ।
-ମାଗ୍ନେସିୟମ ଓ ଆଇରନରେ ଭରପୁର ଥିବା ମକା ଖାଇଲେ ବୋନ୍‌ ଡେନସିଟି ବଢିଥାଏ ବା ହାଡ ମଜଭୁତ ହୋଇଥାଏ। ମକାରେ ରହିଛି ଜିଙ୍କ ଓ ଫସଫରସ୍‌। ଏହା ଅଷ୍ଟିଓ ପୋରୋସିସ୍‌ , ଆର୍ଥାଇଟିସ୍‌ ଆଦି ରୋଗରୁ ଉପଶମ ଦେଇଥାଏ।
-ଗହମ ରୁଟି ଅପେକ୍ଷା ମକା ରୁଟି ଭଲ। ଏହା ଏସିଡିଟି କୋଷ୍ଠ କାଠିନ୍ୟ ଆଦି ସମସ୍ୟାକୁ ଠିକ୍‌ କରିଥାଏ। ମକାରେ ତିଆରି ରୁଟି ଖାଇଲେ ଏହା ଲିଭର ସମସ୍ୟା ହେବାକୁ ଦେଇ ନ ଥାଏ।
-ମକା ମଞ୍ଜିକୁ ସିଝାଇ ଏହାର ପାଣି ମିଶ୍ରି ସହ ମିଶାଇ ପିଇଲେ ପରିସ୍ରା ଜଳାପୋଡାରୁ ମୁକ୍ତି ମିଳିଥାଏ। ଏହି ସିଜା ମକାକୁ ମଧ୍ୟ ଖାଇଲେ କିଡ୍‌ନୀ ଷ୍ଟୋନ ହେବାର ଆଶଙ୍କା ନ ଥାଏ।