ଶୀତଦିନେ ଖାଆନ୍ତୁ ମେଥି ସାଗ…

ନିୟମିତ ମେଥିସାଗ ଖାଇଲେ ଅନେକ ଫାଇଦା ମିଳିଥାଏ। ଆୟୁର୍ବେଦ ଅନୁଯାୟୀ ମେଥି ବିଶେଷ କରି ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ଏହାକୁ ନିୟମିତ ଖାଇଲେ ପ୍ଲେଟଲେଟ ପରିମାଣ ବୃଦ୍ଧି ହୋଇଥାଏ। ଜ୍ୱରରେ ମଧ୍ୟ ମେଥି ପତ୍ର ଖାଇଲେ ଭଲ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କୁହନ୍ତି।
-ମେଥି ପତ୍ରରେ ଥିବା ଫାଇବର ଶରୀରରୁ ଦୂଷିତ ପଦାର୍ଥ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ। ଫଳରେ କୋଲୋନ୍‌ କ୍ୟାନସର ହେବାର ସମ୍ଭାବନା କମ୍‌ ଥାଏ।
-ମେଥି ପତ୍ରର ରସ ସହ ମହୁ ଓ ଲେମ୍ବୁ ମିଶାଇ ଖାଇଲେ କାଶ, କଫ ଭଲ ହେବା ସହ ଆହୁରି କିଛି ଲାଭ ମଧ୍ୟ ମିଳିଥାଏ।
-ମେଥି ପତ୍ରରେ ତିଆରି ଚା’ ପିଇଲେ ଡେଙ୍ଗୁ ଜୀବାଣୁ ସହଜରେ ମରି ଯାଇଥାଆନ୍ତି। ଏହାସହ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।