ଶୀତଦିନେ ଗରମପାଣିରେ ଗାଧୋଉଥିଲେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ଚାରିଆଡ଼େ ଶୀତର ଲହରି। ଏଥିରୁ ରକ୍ଷା ପାଇବା ପାଇଁ କିଛି ଲୋକଙ୍କର ଗରମପାଣିରେ ଗାଧୋଇବାର ଅଭ୍ୟାସ ଥାଏ। ମାତ୍ର ଗରମପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପଡ଼େ ବୋଲି ଅନେକେ ଜାଣି ନ ଥିବେ। ଆମେରିକାର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ ପରୀକ୍ଷା କରି ଏ ସମ୍ପର୍କରେ କହିଛନ୍ତି, ପ୍ରାୟ ୫୦ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା। ଯେଉଁ ଲୋକମାନେ ଗରମପାଣିରେ ଗାଧୋଇ ଥିଲେ ସେମାନଙ୍କର ଚର୍ମ, କେଶ, ରକ୍ତକଣିକା ଆଦି ପ୍ରଭାବିତ ହୋଇଥିଲା। ଗରମପାଣିରେ ଗାଧୋଇଲେ ଆରାମ ଲାଗିଥାଏ। ମାତ୍ର ବିଭିନ୍ନ ରୋଗ ଦେଖାଦେଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…
– ଗରମପାଣି ତ୍ୱଚା ପାଇଁ ଆଦୌ ଶୁଭଙ୍କର ନୁହେଁ। ତ୍ୱଚା ଲାଲ୍‌ ହେବା ସହ କୁଣ୍ଡାଇ ହୋଇଥାଏ।

– କେଶ ପ୍ରତି କୁପ୍ରଭାବ ପକାଇଥାଏ। ଏହା କେଶର ମଏଶ୍ଚରାଏଜର କମାଇଦିଏ। ଫଳରେ କେଶ ଝଡ଼ିବା ଆରମ୍ଭ ହୋଇଥାଏ।

– ପାଚନତନ୍ତ୍ରରୁ ତ୍ୱଚା ପର୍ଯ୍ୟନ୍ତ ରକ୍ତ ପ୍ରବାହକୁ ଅସନ୍ତୁଳିତ କରିଦିଏ।

– ଚର୍ମ ଶୁଷ୍କ ହୋଇଯାଏ।
ତେଣୁ ଗରମପାଣିରେ ଗାଧୋଇବା ନିହାତି ଆବଶ୍ୟକ ପଡୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।