ଶୀତଦିନେ ଦହି ଖାଉଥିଲେ…

ଦହି ସ୍ବାସ୍ଥ୍ୟପ୍ରତି ହିତକର ବୋଲି ଜାଣିଛେ। ମାତ୍ର ଶୀତଦିନେ ଦହି ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ , ଦହି ଖାଇବା ଫଳରେ କଫ ସମସ୍ୟା ଦେଖାଯାଇଥାଏ। ଏହା ସହିତ ଯେଉଁମାନଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ ସେମାନଙ୍କ ପକ୍ଷେ ଦହି ଖାଇବା ଉଚିତ୍‌ ନୁହେଁ। ଖାସ୍‌ କରି ରାତିରେ ଦହି ଖାଇବା ଅନୁଚିତ ବୋଲି କୁହାଯାଇଛି।

ଯେଉଁମାନଙ୍କର ଶ୍ୱାସ ସମସ୍ୟା ରହିଥାଏ ସେମାନେ ଏହାକୁ ସନ୍ଧ୍ୟା ପରେ ଖାଇବା ଅନୁଚିତ।

ଯଦି ଆପଣଙ୍କୁ ଦହି ଖାଇବା ଅଧିକ ପସନ୍ଦ ତେବେ ଅଧିକ ଥଣ୍ଡା ଦହି ଖାଆନ୍ତୁ ନାହିଁ।  ବାସି ଦହି ନ ଖାଇ ସତେଜ ଦହି ଖାଆନ୍ତୁ।