ଶୀତଦିନେ ପାଦ ଓ ଆଙ୍ଗୁଳି ପୋଡ଼ାଜଳାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି …

ନୂଆଦିଲ୍ଲୀ: ଶୀତଦିନେ ପରିବେଶ ଶୁଷ୍କ ଏବଂ ଥଣ୍ଡା ରହିଥାଏ। ଫଳରେ ଶରୀରର ନିମ୍ନ ଅଂଶରେ ରକ୍ତ ସଞ୍ଚାଳନ କମ ହୋଇଥାଏ। ତେଣୁ କେତେକଙ୍କଠାରେ ପାଦ ଓ ଆଙ୍ଗୁଳି ପୋଡ଼ାଜଳା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଘରୋଇ ଉପାୟ ଅବଲମ୍ବନ କଲେ ସୁଫଳ ମିଳିଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ପାଦ ଏବଂ ଆଙ୍ଗୁଳିରେ ଆଳୁ ରସ ଲଗାଇଲେ ପୋଡ଼ାଜଳା ଦୂର ହୋଇଥାଏ। ସେହିପରି ଲେମ୍ବୁ ରସ ଲଗାଇଲେ ମଧ୍ୟ ସୁଫଳ ମିଳିଥାଏ। ରାତିରେ ଶୋଇବା ପୂର୍ବରୁ ଏପରି କଲେ ଏହାର ସକାରାତ୍ମକ ପ୍ରଭାବ ମିଳିଥାଏ।