ଶୀତଦିନେ ପିଅନ୍ତୁ ଏହି ଚା’…

ଶୀତଦିନେ ଲବଙ୍ଗ ଚା’ ପିଇଲେ ବହୁ ଉପକାର ହୋଇଥାଏ। ଲବଙ୍ଗ ଚା’ ଡାଇବେଟିସ୍‌ ଠାରୁ ଦୂରେଇ ରଖିଥାଏ। ଏହା କୋଲେଷ୍ଟରଲସ୍ତର କମାଇ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ ବୋଲି ମିସିଗାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଲବଙ୍ଗରେ ମ୍ୟାଗ୍ନେସିୟମ୍‌, ଭିଟାମିନ-ସି,ଭିଟାମିନ-ସି ଏବଂ ଭିଟାମିନ-ଇ ରହିଥାଏ। ଏଥିରେ ଥିବା ଭିଟାମିନ-ଇ ଯୁବସୁଲଭ ଠାଣି ବଜାୟ ରଖିବାକୁ ସକ୍ଷମ ହୋଇଥାଏ। ସେହିପରି ଭିଟାବିନ୍‌-କେ ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ। ଏହା ଲିଭରରେ ଜମିଥିବା ଫ୍ୟାଟ୍‌କୁ ବାହାର କରିଥାଏ। ସେହିପରି ଡାଇବେଟିସ୍‌ କ୍ଷେତ୍ରରେ ଏହା ରକ୍ତ ଶର୍କରାସ୍ତରକୁ କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Share