ଶୀତଦିନେ ସକାଳୁ କାହିଁକି ଶୀଘ୍ର ଛାଡିବେ ବିଛଣା…

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେବେ ଶୀତଦିନ ସକାଳୁ ବିଛଣା ଛାଡ଼ିଲେ ବହୁ ଉପକାର ମିଳିଥାଏ। ସାଧାରଣତଃ ଶୀତଦିନେ ପରିବେଶ ଥଣ୍ଡା ରହିଥିବାରୁ ମେଟାବୋଲିକ୍‌ ପ୍ରକ୍ରିୟା ଧୀମା ହୋଇଥାଏ। ତେଣୁ ଶରୀରର ତାପମାତ୍ରା ବୃଦ୍ଧି ପାଇଁ ସକାଳୁ ଉଠି କିଛି ବ୍ୟାୟାମ କଲେ ମେଟାବୋଲିକ୍‌ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଶୀତଦିନେ ହାପିନେସ୍‌ ହରମୋନ୍‌ ଡୋପାମାଇନ୍‌, ଅକ୍ସିଟୋସିନ୍‌, ସେରାଟୋନିନ୍‌ ଏବଂ ଏଣ୍ଡ୍ରୋଫିନ୍‌ ଆଦିର କ୍ଷରଣ ତାପମାତ୍ରା କମିବା ଯୋଗୁ ବାଧାପ୍ରାପ୍ତ ହୋଇଥାଏ। ଫଳରେ ମନ ବିସାଦଗ୍ରସ୍ତ ହୋଇଥାଏ। ମାତ୍ର ଏଥିରୁ ଦୂରେଇ ରହିବା ପାଇଁ କିଛି ସମୟ ବ୍ୟାୟାମ କଲେ ଏସବୁ ହରମୋନ୍‌ କ୍ଷରଣ ସ୍ବାଭାବିକ ହୋଇ ମନ ଶାନ୍ତ ରହିଥାଏ।