ଶୀତଦିନେ ସପ୍ତାହରେ ୨ ଥର କରନ୍ତୁ ଉଷୁମ ତେଲ ମାଲିସ୍‌…

ଶୀତଦିନେ ଶରୀରରେ ଉଷୁମ ତେଲ ମାଲିସ୍‌ କଲେ ଅନେକ ଉପକାର ମିଳିଥାଏ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସପ୍ତାହରେ ୨ ଥର ଏପରି କଲେ ଲୋମକୂପ ପରିଷ୍କାର ହେବା ସହିତ ମାଂସପେଶୀ ସତେଜ ହୋଇଥାଏ। ଏହା ଦ୍ୱାରା ଆଣ୍ଟିଏଜିଂ ସମସ୍ୟା ଦୂର ହୋଇଥାଏ। ଶରୀର ସହିତ ମୁଣ୍ଡରେ ଉଷୁମ ତେଲ ମାଲିସ୍‌ କଲେ ମାନସିକ ଅବସାଦ ଦୂର ହୋଇଥାଏ। ଆଣ୍ଠୁଗଣ୍ଠି ସମସ୍ୟା କ୍ଷେତ୍ରରେ ଉଷୁମ ତେଲ ମାଲିସ୍‌ ଦ୍ୱାରା ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Share