ଶୀତଦିନ ଓ ଅବସାଦ

ଶୀତଦିନେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଫଳରେ ଉତ୍ତର ଗୋଲାର୍ଦ୍ଧରେ ଦିନ କମି ରାତି ଅଧିକ ସମୟ ହୁଏ। ତେଣୁ ସୂର୍ଯ୍ୟାଲୋକ ଆମ ଦେହରେ କମ୍‌ ସମୟ ପାଇଁ ପଡ଼େ। ୨୦୦୮ ମସିହାରେ ଜର୍ମାନ୍‌ ବୈଜ୍ଞାନିକମାନେ ଚର୍ମକୋଷରେ ଜୈବ ଘଟିକାର ଜିନ୍‌ ଥିବା ପ୍ରମାଣକଲେ । ଏହା ଉପରେ ୟୁ.ଭି. ଆଲୋକ ପଡ଼ିଲେ ମସ୍ତିଷ୍କ ଭିତରେ ଥିବା ‘ହାଇପୋଥାଲାମ୍‌ସକୁ’ ସନ୍ଦେଶ ଯାଏ। ରାତି ଅଧିକ ସମୟ ହେଲେ ଆଖିର ସ୍ନାୟୁ ଦେଇ ଆଲୋକ ହାଇପୋଥାଲାମ୍‌ସରେ ଯଥେଷ୍ଟ ପହଞ୍ଚିପାରେ ନାହିଁ…

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟରଶ୍ମି ଅଭାବରୁ ଜୀବ ଓ ଉଦ୍ଭିଦଜଗତ ତିଷ୍ଠିପାରିବ ନାହିଁ। ଦେହରେ ସୂର୍ଯ୍ୟାଲୋକ ପଡ଼ିଲେ ମନ ଆନନ୍ଦିତ ହୋଇଉଠେ। ଏଥିରେ ଥିବା ଅଲ୍ଟାଭାଓଲେଟ୍‌ ବିକିରଣ ଜୀବକୋଷ ଭିତରେ ଥିବା ଡିଏନ୍‌ଏକୁ ସମୃଦ୍ଧକରେ। ଆମକୁ ଆନନ୍ଦ ଦେଉଥିବା ହରମୋନ ସିରୋଟୋନିନ୍‌, ଡୋପାମିନ୍‌ ଓ ଏଣ୍ଡୋରଫିନ୍‌ ପରିମାଣ ବୃଦ୍ଧି ଘଟେ। ଏମାନେ ଶରୀରର ପ୍ରାକୃତିକ ଅଫିମ ।
ଶୀତଦିନେ ମସ୍ତିଷ୍କରୁ ନିସ୍ରବଣ ହେଉଥିବା ‘ମେଲାଟୋନିନ୍‌’ ହରମୋନ କମିଯାଏ। ଫଳରେ ଅଳସୁଆ ଲାଗେ ଓ ନିଦ ହୁଏନାହିଁ। ନୂତନ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଆଲୋକ ଚର୍ମ ଉପରେ ପଡ଼ିବା ଫଳରେ ଆମୋଦଦାୟକ ହରମୋନ ନିସ୍ରବଣ ବୃଦ୍ଧି ହୁଏ ଓ ଏହା ରକ୍ତରେ ମିଶି ମସ୍ତିଷ୍କକୁ ଯାଏ। ସୂର୍ଯ୍ୟରଶ୍ମି ଜୈବ ଘଟିକାକୁ ନିୟନ୍ତ୍ରଣକରେ। ଦେହର ଉତ୍ତାପକୁ କମ୍‌ ବେଶି କରେ । ସଜାଗ ରହିବା, ନିଦ ହେବା, ହରମୋନ ନିସ୍ରବଣ, ସମୟ ଅନୁସାରେ ଖାଇବା ଓ ଶରୀରର ବିଭିନ୍ନ କାର୍ଯ୍ୟ ଆଲୋକ ଦ୍ୱାରା ସଂଘଟିତ ହୁଏ। ଆଲୋକ ଅଭାବରୁ ଅବସାଦ ବୃଦ୍ଧି ହୁଏ।
ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଫଳରେ ଉତ୍ତର ଗୋଲାର୍ଦ୍ଧରେ ଦିନ କମି ରାତି ଅଧିକ ସମୟ ହୁଏ। ତେଣୁ ସୂର୍ଯ୍ୟାଲୋକ ଆମ ଦେହରେ କମ୍‌ ସମୟ ପାଇଁ ପଡ଼େ। ୨୦୦୮ ମସିହାରେ ଜର୍ମାନ୍‌ ବୈଜ୍ଞାନିକମାନେ ଚର୍ମକୋଷରେ ଜୈବ ଘଟିକାର ଜିନ୍‌ ଥିବାର ପ୍ରମାଣକଲେ। ଏହା ଉପରେ ୟୁ.ଭି. ଆଲୋକ ପଡ଼ିଲେ ମସ୍ତିଷ୍କ ଭିତରେ ଥିବା ‘ହାଇପୋଥାଲାମସକୁ’ ସନ୍ଦେଶ ଯାଏ। ରାତି ଅଧିକ ସମୟ ହେଲେ ଆଖିର ସ୍ନାୟୁ ଦେଇ ଆଲୋକ ହାଇପୋଥାଲାମସରେ ଯଥେଷ୍ଟ ପହଞ୍ଚିପାରେ ନାହିଁ। ଏହି ଗ୍ରନ୍ଥି ମନର ପ୍ରବୃତ୍ତିକୁ ନିୟନ୍ତ୍ରଣକରେ। ଡୋପାମିନ୍‌ ଓ ସିରୋଟୋନିନ୍‌ ନିସ୍ରବଣ ବନ୍ଦ ହୋଇଯାଏ। ତେଣୁ ଅବସାଦ ବୃଦ୍ଧି ହୁଏ। ଏହା ଶୀତଦିନେ ଅଧିକ ଦେଖାଯାଏ। ଅଧିକ ମିଠା ଓ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ। ତେଣୁ ଶୀତଋତୁରେ ଦେହର ଓଜନ ବଢ଼ିଯାଏ। ଅଧିକ ସମୟ ଶୋଇବାକୁ ପଡ଼େ। ବିରକ୍ତ ଲାଗେ। ଏହାକୁ ଋତୁଗତ ଅସୁସ୍ଥତା କିମ୍ବା ଶୀତଋତୁ ଅବସାଦ କୁହାଯାଏ। ବିଷୁବରେଖାଠାରୁ ଉତ୍ତରରେ ଥିବା ଦେଶଗୁଡ଼ିକରେ ଏହାର ପ୍ରାଦୁର୍ଭାବ ବେଶି। ପୁରୁଷଙ୍କ ଅପେକ୍ଷା ୪ଗୁଣ ମହିଳା ଏଥିରେ ଆକ୍ରାନ୍ତ ହୁଅନ୍ତି। ଆମେରିକାରେ ୫ ରୁ ୭ ପ୍ରତିଶତ ଲୋକ ଶୀତଋତୁରେ ଆକ୍ରାନ୍ତ ହୁଅନ୍ତି। ଆମେରିକାରେ ୫ରୁ ୭ ପ୍ରତିଶତ ଲୋକ ଶୀତଋତୁ ଅସୁସ୍ଥତା ଭୋଗ କରନ୍ତି। ଅନ୍ଧାର ମସ୍ତିଷ୍କରେ ଥିବା ‘ପିନିଆଲ’ ଗ୍ରନ୍ଥିରୁ ହରମୋନ ‘ମେଲାଟୋନିନ୍‌’ ନିସ୍ରବଣ କମ୍‌ କରିଦିଏ। ତେଣୁ ଋତୁଗତ ଅସୁସ୍ଥତା ବୃଦ୍ଧି ହୁଏ। ସୂର୍ଯ୍ୟକିରଣରେ ଶୀତଦିନେ ଏକଘଣ୍ଟା ସମୟ ନିୟୋଜିତ କଲେ ଏହିସବୁ ସମସ୍ୟା ଦୂରହୋଇପାରିବ। ଅପ୍ରାକୃତିକ ଆଲୋକ ଏହାର ପରିପୂରକ ନୁହେଁ। ସକାଳ ଉଦିତ ସୂର୍ଯ୍ୟ ରଶ୍ମି ଜୈବ ଘଟିକାକୁ ନିୟମିତକରେ। ଶାରୀରିକ ସକ୍ରିୟତା ସକାଳ ଆଲୋକରେ ଏବଂ ଘର ବାହାରେ ସବୁଠାରୁ ଉତ୍କୃଷ୍ଟ । ଦିନରେ ଘର ଭିତରେ ରହୁଥିଲେ ପର୍ଦ୍ଦା ଖୋଲା ରଖିବା ଉଚିତ। ଏହାଦ୍ୱାରା ଶୀତଋତୁଜନିତ ଅବସାଦ ଦୂରହୋଇପାରିବ।
-ବରିଷ୍ଠ ବୈଜ୍ଞାନିକ,
୧୨, ଆଚାର୍ଯ୍ୟବିହାର, ଭୁବନେଶ୍ୱର,
ଫୋ: ୦୬୭୪-୨୫୪୨୯୩୪