Categories: ଫୁରସତ

ଶୀତରେ ବି ଯୁବତୀଙ୍କ ଶରୀରରୁ ବୋହିଥାଏ ପ୍ରବଳ ଝାଳ: ପ୍ରତି ଘଣ୍ଟାରେ ସେ ବଦଳାନ୍ତି ପୋଷାକ …

ପୃଥିବୀର କେତେକ ଲୋକଙ୍କଠାରେ ବିରଳ ସମସ୍ୟା ଦେଖିବାକୁ ମିଳିଥାଏ। ଏପରି ଜଣେ ଯୁବତୀ ଆମେରିକାର ଟେକ୍ସାସ୍‌ରେ ଅଛନ୍ତି। ତାଙ୍କ ଶରୀରରୁ ବର୍ଷସାରା ପ୍ରବଳ ଝାଳ ବାହାରିଥାଏ। ଶୀତଦିନରେ ବି ପ୍ରବଳ ଝାଳ ଯୋଗୁ ସେ ପ୍ରତି ଘଣ୍ଟାରେ ପୋଷାକ ବଦଳାଇଥାନ୍ତି। ଏହି ଯୁବତୀ ଜଣକ ହେଉଛନ୍ତି ୨୦ ବର୍ଷ ବୟସ୍କା ସୋଫି ଡଓ୍ବେର। ସାଧାରଣ ଲୋକଙ୍କ ତୁଳନାରେ ତାଙ୍କ ଶରୀରରୁ ୧୦ ଗୁଣା ଅଧିକ ଝାଳ ବୋହିଥାଏ। ତେଣୁ ସେ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ପାଇଁ ପ୍ରତିଦିନ ୬ ଲିଟର ପାଣି ପିଇଥାନ୍ତି। ତାଙ୍କୁ ହାଇପର୍‌ ହାଇଡ୍ରୋସିସ୍‌ ନାମକ ଏକ ବିରଳ ରୋଗ ହୋଇଥିବା ଚିକିତ୍ସକ କହିଛନ୍ତି। ଏଥିରେ ଶରୀରରୁ ମାତ୍ରାଧିକ ଝାଳ ବାହାରିଥାଏ। ପ୍ରାୟ ୨ଶହ ଲୋକଙ୍କ ମଧ୍ୟରେ ଜଣଙ୍କୁ ଏଭଳି ରୋଗ ହୋଇଥାଏ ବୋଲି ଚିକିତ୍ସକ ସୋଫିଙ୍କ ମାତା ପିତାଙ୍କୁ ପରାମର୍ଶ ଦେଇଛନ୍ତି। ଏବେ ସୋଫିଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ସମସ୍ୟା ଯୋଗୁ ସେ କୌଣସି ଉତ୍ସବରେ ଯୋଗଦେଇ ପାରୁ ନ ଥିବା କହିଛନ୍ତି।

Share