Categories: ଜାତୀୟ

ଶୀତର କୁହୁଡ଼ି ତାଜମହଲକୁ ଦେଲା ଲୁଚାଇ

ଆଗ୍ରା,୩୦।୧୨: ରାଜଧାନୀ ଦିଲ୍ଲୀ ସହିତ ଉତ୍ତର ଭାରତର କେତେକ ରାଜ୍ୟରେ ଶୀତ ଲହରି ଜାରି ରହିଛି। ଏହି ଶୀତ ଶହ ଶହ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ତା’ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ସୋମବାର ସକାଳେ ଘନ କୁହୁଡି ଯୋଗୁ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ଦୃଶ୍ୟମାନ ହୋଇ ନ ଥିଲା। ତାଜମହଲ ଓ ତା’ର ଆଖପାଖର କିଛି ଫଟୋକୁ ୟୁଜର୍ସମାନେ ଟୁଇଟରରେ ଶେୟାର କରିଥିଲେ, ଯେଉଁଥିରେ ତାଜମହଲ ଆଦୌ ଦେଖାଯାଉ ନ ଥିଲା। ଏହାପରେ ଏହି ଫଟୋକୁ ନେଇ କିଛି ୟୁଜର୍ସ ମଜାଳିଆ କମେଣ୍ଟ ଦେଇଛନ୍ତି। ଘନ କୁହୁଡ଼ିରେ ତାଜମହଲ ଚୋରି ହୋଇଗଲା ବୋଲି ୟୁଜର୍ସ କହିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ପ୍ରବଳ ଶୀତ ଯୋଗୁ ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀ ସମେତ ୬ଟି ରାଜ୍ୟରେ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଏଥିରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ବିହାର ସାମିଲ ରହିଛି।

Share